ପୁରୀ : ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆୟୋଜିତ

୧୯ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆୟୋଜିତ ବକ୍ତୃତାମାଳାର ଷଷ୍ଠ ସ୍ତବକ ପୁରୀର ଗାନ୍ଧୀ ସ୍ମୃତି ପୀଠ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ରଚିତ ପୁସ୍ତକ ” ଓ ଏବଂ ଇତ୍ୟାଦି” ସମ୍ପର୍କରେ କବି ଶୈଳବାଳା ମହାପାତ୍ର ଆଲୋଚନା ଉପସ୍ଥାପନ କରିଥିଲେ । ଇଞ୍ଜିନିୟର ଗିରିଜା ଶଙ୍କର ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମାନସ ରଞ୍ଜନ ମହାପାତ୍ର , ଜନ୍ମେଜୟ ଦ୍ଵିବେଦୀ, ବିଭୂତି ଭୂଷଣ କର ,ହର ପ୍ରସାଦ ମହାପାତ୍ର, ଉମେଶ ଚନ୍ଦ୍ର ଦାସ , ଆଲୋକ କୁମାର ପ୍ରଧାନ , ଲାଲା ଅନନ୍ତ କୁମାର ସିଂହ,ଶିବ ପ୍ରସାଦ ମିଶ୍ର, ମଞ୍ଜୁଶ୍ରୀ ମିଶ୍ର ଓ ବିଚିତ୍ରା ଦାଶ ଅଂଶ ଗ୍ରହଣ କରିଥିଲେ । ସର୍ବଶେଷରେ ଅଧ୍ୟାପକ ବଳରାମ ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ ।