ମା, ଧାକୁଲେଇ ଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୧୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ସଦର ଥାନା ଅନ୍ତର୍ଗତ ସିଏମସି ୫୮ ନମ୍ବର ୱ।ର୍ଡ଼ ପ୍ରତାପନଗରୀ ଗ୍ରାମରେ ରହିଛି ମା, ଧାକୁଲେଇଙ୍କ ପୀଠ । ଏହି ପୀଠରେ ଆସନ୍ତା ଏପ୍ରିଲ ୬ ତାରିଖ ଚୈତ୍ର ପୂର୍ଣ୍ଣିମା ଠାରୁ ଆରମ୍ଭ ହେବ ମା ଧାକୁଲେଇଙ୍କ ବାଣଯାତ୍ରା  ମହୋତ୍ସବ । ଏହା ସାତଦିନ ଧରି ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଲୋକଙ୍କ ସମାଗକୁ ନେଇ ଧାକୁଲେଇ ଯାତ୍ରା ପଡିଆରେ, ପାଞ୍ଚଶହ ରୁ ଉର୍ଦ୍ଧ୍ବ  ଛୋଟ ବଡ ଦୋକାନ ଖୋଲାଯିବାର ବ୍ୟବସ୍ଥା ରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ମହୋତ୍ସବକୁ ଅଧିକରୁ ଅଧିକ ସୁନ୍ଦର କରାଯିବା ସହିତ, ଶାନ୍ତି ଶୃଙ୍ଖଳାର  ସହିତ ଯାତ୍ରା ମହୋତ୍ସବକୁ ପାଳନ କରିବା ପାଇଁ , ପ୍ରତାପନଗରୀ ଗ୍ରାମର ମା, ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁଙ୍କ  ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ, ରବିବାର ଦିନ ଧାକୁଲେଇ ଙ୍କ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । କମିଟିର ସଂପାଦକ ପ୍ରମୋଦ କୁମାର ବେହେରା ଯାତ୍ରା ମହୋତ୍ସବ ସଂପର୍କରେ ଅତିଥି ମାନଙ୍କୁ  ସୂଚନା ଦେଇଥିଲେ । କଟକ ସଦର ଥାନା ଅଞ୍ଚଳର ଏହା ଏକ ମିନି ବାଲିଯାତ୍ରା ଭାବେ ପରିଚିତ। ପ୍ରଥମ ଦିବସ ରାତିରେ ଆତସବାଜି ପ୍ରଦର୍ଶନ  ଅନୁଷ୍ଠିତ ହୋଇଥାଏ । ପରଦିନ ଠାରୁ  ଉଦଯାପନୀ ଦିବସ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାତିରେ  ଦୁଇଟି ନାମକରା ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରିବେ । ସାତ ଏବଂ ଆଠ ତାରିଖ ଦୁଇଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ  ୧୦୦ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିବେ । ପ୍ରତିଦିନ ଏହି ମହୋତ୍ସବ ଦେଖିବା ପାଇଁ ଆସୁଥିବା ଦର୍ଶକ ମାନଙ୍କ ପାଇଁ, ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ପିସିଆର ଭ୍ୟାନ ପାଟ୍ରୋଲିଂ ବ୍ୟବସ୍ଥା , ତିନୋଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା କରାଯିବ ।ଜନ ଘହଳିକୁ ଆଖି ଆଗରେ ରଖି  ମେଳାପଡିଆ ଏବଂ ଆଖପାଖ ଅଞ୍ଚଳରେ ବହୁଳ ଭାବରେ ସିସିଟିଭି ଖଞାଯିବା, ପୋଲିସକୁ ସହଯୋଗ କରିବା ପାଇଁ କମିଟି ପକ୍ଷରୁ ଶତାଧିକ ଯୁବକ ଏବଂ ଯୁବତୀଙ୍କୁ ଭଲିୟୁଣ୍ଟର ଭାବେ ମେଳାରେ ମୁତୟନ କରାଯିବ । ଏହି ସହିତ ଟ୍ରାଫିକ ସମସ୍ୟାକୁ ସୁଧାରିବା , ଜରିପଡା ଠାରୁ ପ୍ରତାପନଗରୀ ପର୍ଯ୍ୟନ୍ତ କେନାଲ ବନ୍ଧ ଏବଂ ପ୍ରତାପନଗରୀ ବାରଙ୍ଗ ରାସ୍ତାର  କୁଆଖାଇ ବ୍ରିଜରେ ଲାଇଟ ଲାଗାଯିବ। ପରିମଳ, ପାନୀୟ ଜଳ ଯୋଗାଣ, ଦମକଳ , ଆମ୍ବୁଲାନ୍ସ  ସାତଦିନ ଧରି ରଖାଯିବ । ଦଶରୁ ଉର୍ଦ୍ଧ୍ବ  ଟୟଲେଟ ର ବ୍ୟବସ୍ଥା ,ରାସ୍ତା ଘାଟ ମରାମତି, ସାତଦିନ ଧରି ବିଦ୍ୟୁତ କାଟ ନହେବା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ କଟକ ଯୋନ -୪  ଏସିପି ଚନ୍ଦନ ଘଡେଇ ମୁଖ୍ୟ ଅତିଥି , କଟକ ସଦର ଥାନାର ଆଇଆଇସି ରଶ୍ମୀରଞନ ମହାପାତ୍ର, ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ୪୮ ସଂକୀର୍ତ୍ତନ ମଣ୍ଡଳୀର ମହନ୍ତ ବନମାଳୀ ଦାସ, ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ, କର୍ପୋରେଟର ଲିପସା ନାୟକ, ପୂର୍ବତନ କର୍ପୋରେଟର କୌଶିକ୍ ଜେନା, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, ଉରାଳୀ ସରପଞ୍ଚ ଅଭିଶେକ ବେହେରା, ମନୋରଞ୍ଜନ ମହାପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ମନ୍ତବ୍ୟ ଦେଇଥିଲେ । ସହ ସଂପାଦକ ବାଦଲ କୁମାର ଜେନା ଧନ୍ୟବାଦ ଦେଇଥିଲେ ।  ଏଥିରେ କମିଟିର ସମସ୍ତ କର୍ମ କର୍ତ୍ତା ସହଯୋଗ କରିଥିଲେ ।