Home ଓଡ଼ିଶା ଟିପିଏସ୍ଓଡିଏଲ୍ ପକ୍ଷରୁ ଅଟିଜିମ୍ ଚିହ୍ନଟ ଓ ନିରୋଧୀ ଅଭିଯାନ by Proprietor by Abhimanyu Maharana 1 year ago Share on FacebookShare on TwitterWhatsapp ୧୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର/ବ୍ରହ୍ମପୁର :- ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ପେ’ ଅଟେନ୍ସନ୍ ଅଭିଯାନ ଅଧୀନରେ ଅଟିଜିମ୍ର ଆଗୁଆ ଚିହ୍ନଟ ଓ ଯତ୍ନ ଉପରେ ଦୁଇ ଦିନିଆ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ଚାରିଟି ଅଧିବେଶନରେ ଅଙ୍ଗନବାଡ଼ି କର୍ମୀ (ଏଡବ୍ଳୁଡବ୍ଲୁ), ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ (ଆଶା) ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ର ୨୧୫ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ), ଶିଶୁ ବିକାଶ ଅଧିକାରୀ (ସିପିଡିଓ), ବିପିଏମ୍-ଓଡ଼ିଶା ଜୀବିକା ମିସନ, ବିଏଲ୍ସି-ମିଶନ ଶକ୍ତି ଭଳି ସରକାରୀ ଅନୁଷ୍ଠାନ/ କାର୍ଯ୍ୟାଳୟ ଓ କେରଳ ଭିତିକ ଏନ୍ଜିଓ ସିଏଡିଆର୍ଆର୍ଇ (ସେ’ର ଫର ଅଟିଜିମ୍ ଆଣ୍ଡ୍ ଅଦର ଡିଜାବିଲିଟିଜ୍ ଆଣ୍ଡ୍ ରିହାବିଲିଟେସନ୍ ରିସର୍ଚ୍ଚ ଆଣ୍ଡ୍ ଏଜୁକେସନ)ର ବିଶେଷଜ୍ଞ ପ୍ରଶିକ୍ଷଣ ପ୍ରଦାନକାରୀଙ୍କ ସହଯୋଗରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା ।ସଚେତନତା ବଢ଼ାଇ ଅଟିଜିମ୍ରେ ପୀଡ଼ିତ ଶିଶୁଙ୍କ ପ୍ରାଥମିକ ଥେରାପିଷ୍ଟ୍ ହେବା ପାଇଁ ଅଭିଭାବକ ଓ ଯତ୍ନ ପ୍ରଦାନକାରୀମାନଙ୍କୁ ସଶକ୍ତ କରିବା ଏବଂ ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସ୍ଅର୍ଡର (ଏଏସ୍ଡି)କୁ ଭଲ ଭାବେ ବୁଝାଇବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏଏସ୍ଡି ହେଉଛି ଏକ ସ୍ନାୟୁ-ବିକାଶ ଜନିତ ବ୍ୟାଧି ଯାହାର ଗମ୍ଭୀରତା ସ୍ତର ବିଭିନ୍ନ ପ୍ରକାରର ଯେଉଁଥିରେ ସାମାଜିକ ଭାବ ବିନିମୟ, ଯୋଗାଯୋଗ କିମ୍ବା ବ୍ୟବହାରରେ ବାରମ୍ବାରତା ଧାରା ଭଳି ଆହ୍ୱାନ ଦେଖାଦେଇଥାଏ ଯାହା ଶିଶୁ ଅବସ୍ଥାରୁ ଜଣାପଡ଼ିଥାଏ ଏବଂ ବ୍ୟକ୍ତିଙ୍କ ଜୀବନବ୍ୟାପୀ ତାହାର ପ୍ରଭାବ ରହିଥାଏ । ଅଟିଜିମ୍ରେ ପୀଡ଼ିତ ଶିଶୁ ଓ ଯୁବାବସ୍ଥାର ପିଲାମାନଙ୍କ ପ୍ରତି ଆଗୁଆ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଏନ୍ଜିଓ ଓ ସାମାଜିକ କର୍ମୀଙ୍କୁ ପ୍ରାଥମିକ ଚିହ୍ନଟକାରୀ ଏବଂ ସହାୟକ ଚାମ୍ପିଆନ୍ରେ ରୂପାନ୍ତରିତ କରିବା ଏହି ଅଭିଯାନର ଲକ୍ଷ୍ୟ ଥିଲା । ଟାଟା ପାୱାରର ମୂଳ ଉଦ୍ଦେଶ୍ୟ ‘ଯତ୍ନର ସହ ସଶକ୍ତ କରିବା’ ଉପରେ ଏହି ପ୍ରକଳ୍ପକୁ ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ଅଟିଜିମ୍ରେ ପୀଡ଼ିତ ଲୋକମାନଙ୍କୁ ମେଌକ୍ଷଗ୍ଧ;ରିଂ ସହାୟତା, ଦକ୍ଷତା ଓ ଅର୍ଥପୂର୍ଣ୍ଣ ଜୀବନଜୀବିକା ପ୍ରଦାନ କରିବାରେ ସକ୍ଷମ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ଅଭିଯାନକୁ ପ୍ରଶଂସା କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ସିଇଓ ଅରବିନ୍ଦ ସିଂହ କହିଛନ୍ତି ଯେ, “ଅଟିଜିମ୍ରେ ପୀଡ଼ିତ ଶିଶୁ ଓ ଯୁବାବସ୍ଥାର ପିଲାମାନଙ୍କ ପାଇଁ ଅଭିଭାବକ, ଯତ୍ନ ପ୍ରଦାନକାରୀ ଓ କର୍ମଚାରୀମାନଙ୍କୁ ପ୍ରାଥମିକ ସହାୟକ ଚାମ୍ପିଆନ୍ରେ ପରିଣତ କରିବା ହେଉଛି ଆମର ଲକ୍ଷ୍ୟ । ଯତ୍ନର ସହିତ ଲୋକମାନଙ୍କୁ ସଶକ୍ତ କରିବା ଏବଂ ଏକ ଅଧିକ ଅନ୍ତର୍ଭୁକ୍ତୀକରଣ ଦୁନିଆ ସୃଷ୍ଟି କରିବା ଲାଗି ଆମର ରହିଥିବା ଲକ୍ଷ୍ୟ ଅନୁସାରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ସରକାରୀ ଅନୁଷ୍ଠାନ ଏବଂ ଏନ୍ଜିଓ ସିଏଡିଆର୍ଆର୍ଇ ସହିତ ସହଯୋଗିତା ୨୧୫ରୁ ଅଧିକ ଅଂଶଗ୍ରହଣକାରୀମାନଙ୍କୁ ସକ୍ଷମ କରିଛି । ଦିବ୍ୟାଙ୍ଗ ଜନମାନଙ୍କର ଦକ୍ଷତା ଗଠନ, ମେଟରିଂ ସହାୟତା ଓ ଅର୍ଥପୂର୍ଣ୍ଣ ଜୀବନଜୀବିକା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ।’’ Categories: ଓଡ଼ିଶା, ହୋମ୍ Related Content ରଣପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ବିଭୁ ପ୍ରସାଦ ମିଶ୍ର : ବିପୁଳ ଜନସମାଗମରେ ପ୍ରାର୍ଥୀ ପତ୍ର ଦାଖଲ କଲେ by Proprietor by Abhimanyu Maharana May 5, 2024 ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର by Proprietor by Abhimanyu Maharana May 5, 2024 ଖୋଲା ବଜାରରେ ବିକ୍ରି ହେଉଛି ଜଙ୍ଗଲି ମାଂସ by Proprietor by Abhimanyu Maharana May 5, 2024 ସୁମନ୍ତଙ୍କୁ ଟିକେଟ ପରେ ସାରଦା ଅଡ଼ୁଆ, ବାଜି ମାରିବେ ଅଙ୍କିତ,ସୁମନ୍ତଙ୍କ ରାସ୍ତାରେ କଣ୍ଟା ହୋଇ ଠିଆ ହେଲେ ସାରଦା, ମାହାଙ୍ଗାରେ ବିଜେପି ଦୁଇ ଫାଳ, ସ୍ୱାଧୀନ ଭାବେ ଲଢ଼ିବାକୁ ସାରଦାଙ୍କ ରଣହୁଙ୍କାର by Proprietor by Abhimanyu Maharana May 5, 2024 ବୃତ୍ତଙ୍ଗ କୂଳରେ ପ୍ରକଳ୍ପ - ଲୋକଙ୍କୁ ମିଳୁନି ପାଣି by Proprietor by Abhimanyu Maharana May 5, 2024 Pattnaik India Foundation Felicitates Kishore Dwibedi by Proprietor by Abhimanyu Maharana May 5, 2024