ତୃତୀୟ ଦିନ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନର ଡ୍ରାଇଭର୍ ମହାସଂଘ : ଧର୍ମଘଟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖ ବନ୍ଦ ଚକା ବନ୍ଦ ପାଳନ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ଆନୁକୂଲ୍ୟରେ ସଉରା ପ୍ରଧାନୀ ଗୁଡାର ୱଭର୍ ବ୍ରିଜ୍ ଚକ ଏବଂ ଭାଇ ପାସ୍ ଚକ ଓଡିଶା ଡ୍ରାଇଭର୍ ଧର୍ମ ଘଟ ମହାସଂଘ ଏକତା ମହାମଞ୍ଚ ଅଖ ବନ୍ଦ ଚକା ବନ୍ଦ ପାଳନ କରାଯାଇଛି । ଚଳିତ ମାସ ମାର୍ଚ୍ଚ ୧୫ ତାରିଖ ଠାରୁ ଆଜକୁ ଦୁଇ ଦିନ ବିତି ତୃତୀୟ ଦିନ ପହଞ୍ଚି ଆନ୍ଦୋଳନ ପୁରା ପୁରି ଜାରି ରହିଛି, ସକାଳ ୦୯ ଘଣ୍ଟିକା ସମୟ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖ ବନ୍ଦ ଚକ ବନ୍ଦ ପାଳନ ଅବସରରେ ପ୍ରଥମ ଦିନ,ଦ୍ବିତୀୟ ଦିନ କଳା କୋଳି ଭାବେ ବନ୍ଦ ପାଳନ ହେଉ ଥିବାବେଳେ । ତୃତୀୟ ଦିନରେ ଷ୍ଟେରିଙ୍ଗ୍ ଆନ୍ଦୋଳନ ଡ୍ରାଇଭର୍ ମହାସଂଘ ମାନଙ୍କ ନିର୍ଦ୍ଦେସାନୁକ୍ରମରେ ଆଜି ଆବଶ୍ୟକ କାର୍ଯ୍ୟ କ୍ଷେତ୍ରରେ ଲୋକ ମାନଙ୍କ ଯାତ୍ରୀ କାଳିନ ପରିସ୍ଥିତିକୁ ଆକ୍ଷେପରେ ରଖି ନିତ୍ୟ କାର୍ଯ୍ୟ ଅନୁସାରେ ଯେଉଁ ତିନି ଚକିଆ ଯାହାନ ବାହାନ,ଦୁଇ ଚକିଆ ଯାହାନ ବାହାନ,ଚାରି ଚକିଆ ଯାହାନ ବାହାନ ଚଳା ଚଳ ହେଉ ଥିଲା ।ତଦ୍ ଭିନ୍ନ ଅନ୍ୟ ପକ୍ଷରେ ଘରଇ ବସ୍, ସରକାରୀ ବସ୍, ଟ୍ରକଘାଡି, ମେକ୍ସିମୋମ୍,ଟାଠା ମେଝିକ୍ ଘାଡି ଚଳା ଚଳ ବନ୍ଦ ହେବା ଯୋଗୁଁ ଦ୍ବର ସ୍ଥାନ ଯିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖିନ ହେଉ ଥିବା ଦେଖିବାକୁ ପାଇପାରିଛୁ । ୧୦ ଦଫା ଦାବୀ ସମୂହ ନେଇ ଆଜିର ଡ୍ରାଇଭର୍ ମହାସଂଘ ଯଥା-: ଜନ ସାଧାରଣଙ୍କ ଆକ୍ରୋସ ଶିକାର ହେଉଥିବା ଡ୍ରାଇଭର୍ ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ୍ ତିଆରି କରାଯାଉ । ଗାଡିଗୁଡିକ ପାଇଁ ଏକ ଡ୍ରାଇଭର୍ ମାନଙ୍କ ବିଶ୍ରାମ ନେବା ନେଇ ପାର୍କିଙ୍ଗ୍ ତଥ୍ ସହିତ ବିଶ୍ରାମାଗାର ଏବଂ ଶୌଚାଳୟର ବ୍ୟବସ୍ଥା ( ପ୍ରତି ୧୦୦ କିଲୋମିଟର ଅନ୍ତରରେ) କରାଯାଉ । ଜଣେ ଡ୍ରାଇଭର୍ ବୟସ ୫୫ ବର୍ଷ ପରେ ତାଙ୍କର ପେନ୍ ସନ ଦିଆ ଯାଉ । ଜଣେ ଦୁର୍ଘଟଣା ସ୍ଥଳରେ ପ୍ରାଣ ହରାଇ ଥିବା ଡ୍ରାଇଭର୍ ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା ବୀମା ରାଶି ଦିଆଯାଉ । ଦୁର୍ଘଟଣାରେ ଅକର୍ମଣ୍ୟ ଡ୍ରାଇଭର୍ ମାନଙ୍କୁ ୧୦ ଲକ୍ଷ ଟଙ୍କା ବୀମା ରାଶି ତାହା ସହିତ ଦୁର୍ଘଟଣାରେ ଚିକିତ୍ସା ନିମନ୍ତେ ଡ୍ରାଇଭରଙ୍କୁ ୦୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ପ୍ରଦାନ କରାଯାଉ ।ଡ୍ରାଇଭରମାନଙ୍କୁ ୨ୟ ସୈନିକର ମାନ୍ୟତା ଦିଆଯାଉ । ଡ୍ରାଇଭର ମାନଙ୍କୁ ଗୃହ ନିର୍ମାଣ ନିମନ୍ତେ ଆବାସ ଯୋଜନା ପାଇଁ ୦୫ ଲକ୍ଷ ଟଙ୍କା ଦିଆଯାଉ । ଚାଳକମାନଙ୍କ ପିଲା, ଛୁଆ ଉଚ୍ଚ ଶିକ୍ଷାରେ ଅଭିବୃଦ୍ଧି ସ୍କୁଲ୍ ନିମନ୍ତେ ବ୍ୟବସ୍ଥା କରାଯାଉ । ରାଜ ରାସ୍ଥାରେ ପ୍ରଶାସନ ପକ୍ଷରୁ ଡ୍ରାଇଭରମାନଙ୍କୁ ହଇରାଣରେ କରା ନ ଯିବା ନେଇ ଏବଂ ଲାଇସେନ୍ସ୍ ନିମନ୍ତେ ଯେଉଁ ୧୫ ହଜାର ଟଙ୍କା ସରକାର ରଖୁଛନ୍ତି ତାହା ବିରୋଧ କରି କମ୍ ମୂଲ୍ୟାଙ୍କନ ଚିର ଧାର୍ଯ୍ୟ କରାଯାଉ । ଆଜିର ଗୁଣପୁର ବ୍ଲକ୍ ନିର୍ବାଚନ ମଣ୍ଡଳୀର ଷ୍ଟେରିଙ୍ଗ ଆନ୍ଦୋଳନ ଡ୍ରାଇଭର ମହାସଂଘର ସଭାପତି ଶ୍ରୀ- ଟୁଲୁ ଭାଇ,ଉପ-ସଭା-ଶୋଲମନ୍ ଶବର, କୋଷାଧ୍ୟକ୍ଷ-ଦେବଦୂତ ଭାଇ, ସମ୍ପାଦକ ଶ୍ରୀ-ନୂତନ ପାଣି,ସହ-ସମ୍ପାଦକ ଶ୍ରୀ-ବାସୁଦେବ ଭାଇ, ତଥ୍ ସହିତ ପୋଲିସ କର୍ମଚାରୀ ଏବଂ ଡ୍ରାଇଭର୍ ମହାସଂଘର ଘାଡି ଚାଳନକମାନେ ଉପସ୍ଥିତ ଥିଲେ ।