ବାଉଁଶ ସାମଗ୍ରୀ, ଲୁହାରୁ ପ୍ରସ୍ତୁତ ସୌଖୀନ ଜିନିଷ, କାଠନିର୍ମିତ ଯଷ୍ଟି, ଗଶେଶ ମୂର୍ତ୍ତି, ଖେଳନା, ଟେରାକୋଟା ନିର୍ମିତ ସୂକ୍ଷ୍ମ କଳାକୃତି, ଚିତ୍ରକଳା, ଜନଜାତିଙ୍କ ବାଦ୍ୟଯନ୍ତ୍ର (ବିଶେଷ କରି ଛୋଟ ପିଲାଙ୍କ ପାଇଁ ଓ ଘର ସଜାଇବା ପାଇଁ) ବିଭିନ୍ନ ଜନଜାତିଙ୍କ ପାରମ୍ପରିକ ବେଶପୋଷାକ, ଡୋକ୍ରା ସାମଗ୍ରୀ, ସୂଚୀକର୍ମଶୋଭିତ ଚାଦର, ପୋଷାକପତ୍ର ପ୍ରଭୃତିର ଭରପୂର ସମ୍ଭାର ମେଳାକୁ ଆକର୍ଷଣୀୟ କରିତୋଳିଛି । ସବୁଠାରୁ ବିଶେଷ ଆକର୍ଷିତ କରୁଛି ଜନଜାତିଙ୍କ ସହ ଦର୍ଶକଙ୍କ ଭାବଗତ ଆଦାନପ୍ରଦାନ,
ସେମାନଙ୍କ କଳାବସ୍ତୁ ନିର୍ମାଣ କୌଶଳ ଏବଂ ବିପଣନ ପ୍ରତି ସେମାନେ ନେଇଥିବା ପଦକ୍ଷେପ ା ମେଳାକୁ ଆସୁଥିବା ଦର୍ଶକମାନେ କଳାବସ୍ତୁ ସାମଗ୍ରୀ ନେଇ ବିମୋହିତ ହେବା ଛଡ଼ା ଆଗ୍ରହ ସହକାରେ କିଣାବିକା କରୁଛନ୍ତି । ଅବସର ସମୟତକ ସେମାନଙ୍କ ସହ ସାଂସ୍କୃତିକ ଆଳାପ କରୁଛନ୍ତି । ମନୋରମ ସନ୍ଧ୍ୟାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ପ୍ରାୟୋଜିତ ଗଜପତି, ମାଲକାନଗିରି ଜିଲ୍ଲାର ଜନଜାତି କଳାକାରମାନେ ସେମାନଙ୍କ ଭିନ୍ନ ପାରମ୍ପରିକ ନୃତ୍ୟ ପ୍ରଦର୍ଶନପୂର୍ବକ ଦର୍ଶକମାନଙ୍କ ମନୋରଞ୍ଜନ କରୁଛନ୍ତି । ଏହି ମେଳା ଆସନ୍ତା ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି ।

© 2023 Odisha Taza News.