୧୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଗୁରୁବାର ଧର୍ମଘଟ ଦ୍ବିତୀୟ ଦିନରେ ପହଁଚିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବୁଧବାର ଠାରୁ ସମସ୍ତ ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ଥିବାବେଳେ ଗୁରୁବାର ସରକାରୀ ବସକୁ ମଧ୍ୟ ଡ୍ରାଇଭର ସଂଘର ସଦସ୍ୟ ମାନେ ଅଟକାଇଥିବା ଦେଖିବାକୁ ମିଳିଛି ।ଫଳରେ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଦୂରଦୂରାନ୍ତରୁ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀ ତଥା ବିଭିନ୍ନ କାର୍ଯ୍ୟରେ ଆସିଥିବା ଜନସାଧାରଣ କିଭଳି ଘରକୁ ଫେରିବେ ସେନେଇ ଚିନ୍ତାରେ ଥିବା ଜଣାପଡ଼ିଛି । ସେପଟେ ବିଭିନ୍ନ ସ୍ଥାନରେ ମାଲବାହୀ ଟ୍ରକ୍ ଗୁଡ଼ିକ ଅଟକି ରହିଥିବା ମଧ୍ୟ ଦେଖିବାକୁ ମିଳୁଛି । ଟାଙ୍କିରେ ସରିଲାଣି ତେଲ । ପେଟ୍ରୋଲ ପମ୍ପ କୁ ପହଁଚି ପାରୁନି ପେଟ୍ରୋଲ ଓ ଡିଜେଲ୍ ଗାଡ଼ି । ଫଳରେ ଦୁଇ ଚକିଆ ଓ ଚାରିକିଆ ଗାଡ଼ିକୁ ଆବଶ୍ୟକ ଅନୁଯାୟୀ ପେଟ୍ରୋଲ ଓ ଡିଜେଲ୍ ମିଳିପାରୁ ନ ଥିବା ଦେଖିବାକୁ ମିଳିଛି । ସେପଟେ ପନିପରିବା ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପହଁଚି ପାରୁନଥିବାରୁ ଖାଉଟି ଏବେ ଚିନ୍ତାରେ ଥିବା ଜଣାପଡ଼ିଛି । ଡ୍ରାଇଭର ମାନଙ୍କର ଏହି ଆନ୍ଦୋଳନ ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ ହେଉଛି l
[gallery ids="101929,101931,101927"]