ଦାବି ପୂରଣ ନହେବା ଯାଏ ଏହି ଧର୍ମଘଟ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।ଆନ୍ଦୋଳନ ସ୍ଥଳରେ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ର ବ୍ୟବସ୍ଥା କରି ସେମାନେ ଅହୋରାତ୍ର ଧାରଣା ଜାରି ରଖିବା ସହ ନିଜ ଜିତ ରେ ଅଟଳ ରହିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣା ସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ପହଞ୍ଚି ନଥିବାରୁ ସେମାନ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କ୍ଷୋଭ ପ୍ରକାଶ କରିଛନ୍ତି ।
ଆସନ୍ତା କାଲି ଠାରୁ ଏହି ଧର୍ମଘଟ ଯୋରସୋର କରାଯିବ ବୋଲି ପାଟଣାଗଡ଼ ସଂଘ ସଭାପତି ଗଙ୍ଗାଧର ମହାଲିଙ୍ଗ ଉପସଭାପତି ଇର୍ସାନ ଖାନ ଭୀମ ସେନ ଦୀପ ସଂପାଦକ ବିଶି କେଶନ ସା ପ୍ରକାଶ କରିଛନ୍ତି । ଅପରପକ୍ଷରେ ଡ୍ରାଇଭର ମାନଙ୍କ ଷ୍ଟିଅରିଂଛାଡ ଆନ୍ଦୋଳନ ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ରହିଥିବା ରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପାଟଣାଗଡ଼ ରେ କିଛି ଅସାଧୁ ବ୍ୟବସାୟୀମାନେ ଏହାର ସୁଯୋଗ ନେଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଚଢା ଦର ରେ ବିକ୍ରି କରୁଥିବା ଅଭିଯୋଗ ହେଉଛି ।

© 2023 Odisha Taza News.