ତମିଆଁ ବଜରଙ୍ଗବଳୀ ଛକରୁ ୨୬୭ ବୋତଲ କଫ୍ ସିରଫ ଜବତ୍ : ଜଣେ ଗିରଫ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ତମିଆଁ ବଜରଙ୍ଗବଳୀ ଛକରୁ ୨୬୭ ବୋତଲ କଫ ସିରଫ ଜବତ୍ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଗଜିନ ରଣା ଙ୍କ ପୁଅ ସୁମିତ (୨୨) ବୋଲି ଜଣାପଡିଛି । ଏହା ପରେ ଅବକାରୀ ବିଭାଗ ସୁମିତ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ନେଇ ଅବକାରୀ ଉପନିରିକ୍ଷକ ସତ୍ୟନାରାୟଣ ଦାସ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ପାଟଣାଗଡ଼ ଉପ ଅବକାରୀ ନିରିକ୍ଷକ ସତ୍ୟନାରାୟଣ ଦାସ ଙ୍କ ନେତୃତ୍ବରେ ଏକ ଟିମ୍ ତମିଆଁ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସେମାନେ ବଜରଙ୍ଗବଳୀ ଛକ ପାଖରେ ଥିବା ସୁମିତ ର ଘର ଉପରେ ନିଜର ରଖିଥିଲେ । ଅଏଲାତୁଙ୍ଗା ପଟୁ ସୁମିତ ଏକ ଭର୍ତ୍ତି ଜରି ବସ୍ତା ନେଇ ଘରକୁ ଆସୁଥିଲା । ଠିକ ଏହି ସମୟରେ ଅବକାରୀ କର୍ମଚାରୀ ମାନେ ସୁମିତ କୁ ତା ଘର ସମ୍ମୁଖରେ କାବୁ କରିନେଇଥିଲେ । ଛାନଭିନ୍ନ ପରେ ସୁମିତ ଧରିଥିବା ଭର୍ତ୍ତି ଜରି ବସ୍ତା ରେ କଫ ସିରଫ ବାହାରିଥିଲା । ଅବକାରୀ ବିଭାଗ ଘଟଣା ସ୍ଥଳରୁ କଫ ସିରଫ ଜବତ୍ ସହ ସୁମିତ କୁ ଗିରଫ କରି ପାଟଣାଗଡ଼ ସ୍ଥିତ କାର୍ଯ୍ୟାଳୟ କୁ ଆଣିଥିଲା । ସୁମିତ ଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ପ୍ରକାଶ ଥାଉଁ କି ପ୍ରାୟ ଦୁଇ ବର୍ଷ ତଳେ ଲରମ୍ଭା ଥାନା ଅଞ୍ଚଳ ର ଜଣେ ଜଣାଶୁଣା କରେକ୍ସ ବ୍ୟବସାୟୀ ର ଅକାଳ ମୃତ୍ୟୁ ହେବା ପରେ ଏବେ ତା’ର ସହଯୋଗୀ ମାନେ ଏହି ଥାନା ଅଞ୍ଚଳ ରେ ତାଙ୍କ ବ୍ୟବସାୟ କୁ ଚାଲୁରଖିଥିବା ଏକ ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି । ଏମାନଙ୍କ ମାଷ୍ଟର ମାଇଣ୍ଡ ପାଟଣାଗଡ଼ ଥାନା ଗ୍ରାମାଞ୍ଚଳ ର ଜନୈକ କ୍ୱ।କ ବୋଲି ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି । ପେଟ୍ରୋଲିଂ ସମୟରେ ଅବକାରୀ ଉପ ନିରିକ୍ଷକ ଙ୍କ ସମେତ ମୋବାଇଲ୍ ୟୁନିଟ ଓଆଇସି ମଞ୍ଜୁପ୍ରତିମା ଏକ୍କା , ଏଏସ ଆଇ ଗିତାଞ୍ଜଳୀ କୁମ୍ଭାର , ଅବକାରୀ କର୍ମଚାରୀ ବୁଲୁ ସେଠି ,ମତିଲାଲ ସାଗର, ଜତେନ୍ଦ୍ର ସେଠି,ଗୁଣମତି ମାଝି ,ହରିଶ ପଟେଲ , ଆଶିଷ ବାଗ,ବିନୟ ପଟେଲ ଓ ଭିଷ୍ମୟ ଗଡତ୍ୟା ପ୍ରମୁଖ ସହଯୋଗ କରିଥିଲେ ।