• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୫ଟି ଶାସନ ବ୍ୟବସ୍ଥାରେ “ସୁଖର ଓଡ଼ିଶା ସୁସ୍ଥ ଓଡିଶା” ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପନାର ଅଂଶ ରୂପେ MUKTA ଯୋଜନା – ସହରାଞ୍ଚଳ ରୂପାନ୍ତରୀକରଣ ଯାତ୍ରା ୨୦୨୩-୨୪

Proprietor Abhimanyu Maharana by Proprietor Abhimanyu Maharana
March 16, 2023
in ଓଡ଼ିଶା, ମହାନଗର, ହୋମ୍
0
୫ଟି ଶାସନ ବ୍ୟବସ୍ଥାରେ “ସୁଖର ଓଡ଼ିଶା ସୁସ୍ଥ ଓଡିଶା” ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପନାର ଅଂଶ ରୂପେ MUKTA ଯୋଜନା – ସହରାଞ୍ଚଳ ରୂପାନ୍ତରୀକରଣ ଯାତ୍ରା ୨୦୨୩-୨୪
Share on FacebookShare on TwitterWhatsapp

୧୫ ମାର୍ଚ୍ଚ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ଲୋକାଭିମୁଖୀ ସହରୀ ଶାସନ ଯୋଗାଇବା ଏବଂ ସହରଗୁଡିକର ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ସର୍ବଦା ପ୍ରାଥମିକତା ଦିଆଯାଇଛି । ଓଡ଼ିଶାର ସହରାଞ୍ଚଳ ବିକାଶ ନିମନ୍ତେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୨୦୨୩ -୨୪ ବଜେଟ୍ ରେ ୭୯୧୪ କୋଟି ବ୍ୟୟ ବରାଦ ହେବା ଏକ ନିର୍ଣ୍ଣାୟକ ସଫଳତା କାରଣ ଏତଦ୍ଵାରା ରାଜ୍ୟର ସମସ୍ତ ୧୧୫ ଟି ପୌର ସଂସ୍ଥା ଅଧୀନରେ ଉନ୍ନତ ମାନର ମୌଳିକ ନାଗରିକ ସେବା ବିକଶିତ ହେବାର ଲକ୍ଷ୍ୟ ସାଧିତ ହେବ । ୨୦୦୦-୨୦୦୧ ଆର୍ଥିକ ବର୍ଷରେ ଏହି ବ୍ୟୟ ବରାଦ ୨୭୬ କୋଟି ଟଙ୍କା ଥିବା ସମୟରେ ଏବେ ୨୮ ଗୁଣ ବୃଦ୍ଧି ପାଇ ୭୯୧୪ କୋଟି ଟଙ୍କାରେ ପହଞ୍ଚିବା ରାଜ୍ୟ ସରକାରଙ୍କର ସହରାଞ୍ଚଳ ରୂପାନ୍ତରଣ ନିମନ୍ତେ ଥିବା ଆନ୍ତରିକତା ଓ ଅଙ୍ଗୀକାର ବଦ୍ଧତାକୁ ଦର୍ଶାଉଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବଜେଟ୍ ରେ ଆବଣ୍ଟିତ ପ୍ରମୁଖ କାର୍ଯ୍ୟ ଗୁଡ଼ିକ ହେଲା ସହରାଞ୍ଚଳ ପାନୀୟ ଜଳଯୋଗାଣ ପାଇଁ ୨୪୦୦ କୋଟି ଟଙ୍କା, ସାମଗ୍ରିକ ନଗର ବିକାଶ ତଥା ବସ୍ତି ସମୂହର ବାସଯୋଗ୍ୟ ରୂପାନ୍ତରଣ ପାଇଁ ୨୩୪୫ କୋଟି ଟଙ୍କା, ବିକେନ୍ଦ୍ରିତ ପରିମଳ ଓ ନର୍ଦ୍ଦମା ପରିଚାଳନା ପାଇଁ ୧୩୦୭ କୋଟି ଟଙ୍କା ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ୬୦୯ କୋଟି ଟଙ୍କା ର ବ୍ୟୟ ବରାଦ ହୋଇଛି ।ପ୍ରତି ଘରେ ଟ୍ୟାପ୍ ମାଧ୍ୟମରେ ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ଵପ୍ନ ସାକାର କରିବା ଦିଗରେ ଏଯାବତ୍ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ସମେତ ୮୫ ଟି ନାଗରୀରେ ଟ୍ୟାପ୍ ସଂଯୋଗ ପ୍ରଦାନ କରାଯାଇଛି ଓ ଓଡ଼ିଶାର ବାକି ୩୦ଟି ନାଗରୀରେ ୧୦୦% ଘରକୁ ଟ୍ୟାପ୍ ସଂଯୋଗ ଡିସେମ୍ବର୍ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ୫ଟି ପଦକ୍ଷେପ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ମିଶନ୍ ଯୋଗୁଁ ଓଡ଼ିଶାର ପାନୀୟ ଜଳ ଯୋଗାଣର ମାନ ନ୍ୟୁୟର୍କ, ଟୋକିଓ, ସିଙ୍ଗାପୁର ଓ ଲଣ୍ଡନ ପରି ଆନ୍ତର୍ଜାତିକ ସହରର ମାନ ସହ ସମକକ୍ଷ ହୋଇ ପାରିଛି । ସମଗ୍ର ସହରକୁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ସେବା ଯୋଗାଇବାରେ ପୁରୀ ଓ ଗୋପାଳପୁର ଭାରତର ପ୍ରଥମ ଓ ଦ୍ଵିତୀୟ ସହରର ମାନ୍ୟତା ପାଇଛନ୍ତି । ଜୁନ୍ ୨୦୨୩ ସୁଦ୍ଧା ବ୍ରହ୍ମପୁର ସହରଏବଂ ଭୁବନେଶ୍ୱର, କଟକ, ରାଉରକେଲା ସମେତ ବାକି ସମସ୍ତ ସହରରେ ଡିସେମ୍ବର୍ ୨୦୨୩ ସୁଦ୍ଧା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍ ସମ୍ପୂର୍ଣ୍ଣ ହେବ । ୨୦୨୩-୨୪ ବଜେଟ୍ ରେ ସହରାଞ୍ଚଳ ଜଳଯୋଗାଣ ପାଇଁ ୨୪୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ୨୦୨୨ ରେ ସ୍ପେନ୍ ଠାରେ ଅନୁଷ୍ଠିତ ଗ୍ଲୋବାଲ୍ ୱାଟର୍ ସମ୍ମିଟ୍ ରେ ୱାଟକୋ ଗ୍ଲୋବାଲ୍ ୱାଟର୍ ଲିଡର୍ ଡ଼ିଷ୍ଟିଙ୍କସନ୍ ପୁରସ୍କାର ରେ ସମ୍ମାନିତ ହୋଇଛି ଏବଂ ୨୪ ଘଣ୍ଟା ନିରନ୍ତର ଶୁଦ୍ଧ ଜଳ ଯୋଗାଇବାରେ ଓଡ଼ିଶା ହେଉଛି ଭାରତର ସର୍ବପ୍ରଥମ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ରାଜ୍ୟ ।ବିକାଶଶୀଳ ସହରାଂଚଳ ନିର୍ମାଣରେ, ବସ୍ତି ବାସିନ୍ଦାଙ୍କ ଭୂମିକାକୁ ସ୍ଵିକୃତୀ ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ “ଭୂମି ଅପେକ୍ଷା ଲୋକଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ”କୁକାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାଗା ମିଶନ୍ ଯୋଜନା ପ୍ରବର୍ତ୍ତିତ ହୋଇଛି । ଏହା ଦ୍ୱାରା୧.୭୩ ଲକ୍ଷ ବସ୍ତି ବାସିନ୍ଦା ପରିବାର ଭୂମି ଅଧିକାର ପ୍ରମାଣପତ୍ର ପାଇଛନ୍ତି ଏବଂ ଡିସେମ୍ବର୍ ୨୦୨୩ ସୁଦ୍ଧା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ଆହୁରି ୧ ଲକ୍ଷ ପରିବାର ଏହି ସୁବିଧା ପାଇବେ । ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣର ମାନରେ ଉନ୍ନତି ନିମନ୍ତେ ୭୨୫ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଇ ଶୁଦ୍ଧ ପାନୀୟ ଜଳ, ଶୌଚାଳୟ, ରାସ୍ତା ଆଲୋକୀକରଣ , ପକ୍କା ରାସ୍ତା ଓ ଡ୍ରେନେଜ୍ ଆଦି ବ୍ୟବସ୍ଥା କରାଯାଇଛି . ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ସମ୍ପୂର୍ଣ୍ଣ ବସ୍ତି ମୁକ୍ତ ସହର ରୂପେ ମାନ୍ୟତା ହାସଲ କରିଛନ୍ତି । ସମଗ୍ର ଦେଶରେ ଓଡ଼ିଶା ଆଜିବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପରିବର୍ତ୍ତେ ସେମାନଙ୍କ ସଶକ୍ତୀକରଣ ଆଭିମୁଖ୍ୟର ନେତୃତ୍ଵ ନେଇୟୁ .ଏନ୍ ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ଼ ୨୦୧୯ ଓ ୨୦୨୩ ପୁରସ୍କାରଦ୍ୱାରାସମ୍ମାନିତ ହୋଇ ପାରିଛି ।୫ଟି ଶାସନ ବ୍ୟବସ୍ଥାରେ “ସୁଖର ଓଡ଼ିଶା ସୁସ୍ଥ ଓଡିଶା” ଗଠନ କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପନାର ଅଂଶ ରୂପେ ଗଟକଞଇ ଯୋଜନା – ସହରାଞ୍ଚଳ ମଜୁରୀ ଭିତ୍ତିକ ନିୟୋଜନ ଯୋଜନା ନିମନ୍ତେ ୨୦୨୩-୨୪ ବଜେଟ୍ ରେ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏଥିରେ ୧.୬୦ ଲକ୍ଷ ଗୋଷ୍ଠୀ ସହଭାଗୀ ଯଥା ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘ ସମୂହ ପ୍ରକଳ୍ପ ଗୁଡିକ କାର‌୍ୟ୍ୟକାରୀ କରି ପ୍ରୋତ୍ସାହନ ଅର୍ଥ ରାଶି ଲାଭ କରିଛନ୍ତି । ଏପର୍ଯ୍ୟନ୍ତ ୬୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ପୌରାଞ୍ଚଳ ମାନଙ୍କରେ ନାଗରିକ ମାନଙ୍କ ସୁବିଧା ପାଇଁ ୫୨୦୦୦ ପ୍ରକଳ୍ପଯଥା ଚାଲିବା ରାସ୍ତା, ମୁକ୍ତାକାଶ ବ୍ୟାୟାମଶାଳା, ପିଲାମାନଙ୍କ କ୍ରୀଡ଼ା ଉପକରଣ, ପେଭର୍ ରୋଡ଼, ଗୋଷ୍ଠୀ କେନ୍ଦ୍ର ଇତ୍ୟାଦି ନିର୍ମାଣ କରାଯାଇଛି । ଓଡିଶା ଦୁଇଟି ଆନ୍ତର୍ଜାତିକ ପୁରସ୍କାର ଯଥା ଗୁଆଙ୍ଗଝାଓ ଆୱାର୍ଡ -୨୦୨୧ ଓ ଡବ୍ଲ୍ୟୁ .ଆର ଆଇ ରୋସ୍ ପ୍ରାଇଜ୍ ଫର୍ ସିଟିଜ୍ -୨୦୨୨ହାସଲ କରିଅଛି :-

ଉନ୍ନତି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ପୌର ସଂସ୍ଥା ଗୁଡ଼ିକରେ ୪୦୦ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ । ପ୍ରତିଟି ମହାନଗର ନିଗମରେ ୧୦ଟି, ପ୍ରତି ପୌରପାଳିକାରେ ୪ଟି ଏବଂ ପ୍ରତି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୨ଟି କଲ୍ୟାଣ ମଣ୍ଡପ ନିର୍ମିତ ହେବ । ଆର୍ଥିକ ବର୍ଷ ୨୦୨୩-୨୪ ମସିହାରେ ୧୧୫ ଟି ପୌରାଞ୍ଚଳ ଗୁଡିକରେ ଚିହ୍ନିତ ୧୨୦୦ କିଲୋମିଟର କଚା ରାସ୍ତା ଗୁଡିକୁ ପାଭର୍ ରୋଡ ରୂପାନ୍ତରିତ କରାଯିବା ପାଇଁ ମୋଟ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଅଛି । ଓଡିଶାର ସହରାଞ୍ଚଳ ଗୁଡିକରେ ଥିବା ଜଳାଶୟ ଗୁଡ଼ିକର ପୁନଃରୁଦ୍ଧାର କରିବା ସହିତ ୨୦୦୦ ରୁ ଅଧିକ ବୃହତ ଜଳାଶୟ ଗୁଡିକରେ ଆମ ପୋଖରୀ ପଦକ୍ଷେପ ମାଧ୍ୟମରେ ମନୋରଞ୍ଜନ ପାଇଁ ସର୍ବସାଧାରଣଙ୍କ ନିମତ୍ତେଉପଯୁକ୍ତ ସ୍ଥାନ ସୃଷ୍ଟି କରିବା, ପ୍ରକୃତି ଭିତ୍ତିକ ଉପଚାର ସୃଷ୍ଟି କରିବା ପାଇଁ ୧୨୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହି ପଦକ୍ଷେପ ମିଶନ ଶକ୍ତି ସଦସ୍ୟାଙ୍କ ସହଭାଗିତାରେ କରାଯିବାର ବ୍ୟବସ୍ଥା କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
SDI Bhubaneswar @5 – Celebrating Five Years of the Permanent Campus

SDI Bhubaneswar @5 – Celebrating Five Years of the Permanent Campus

August 21, 2026
ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

August 21, 2026
କାଳିଆ ଦର୍ଶନ ପାଇଁ ଧାରଣାରେ ବସିଲେ ପୁରୀବାସୀ

କାଳିଆ ଦର୍ଶନ ପାଇଁ ଧାରଣାରେ ବସିଲେ ପୁରୀବାସୀ

August 21, 2026
ନେହେରୁ ସେବା ସଂଘ ରେ ଆକସ୍ମିକ ଦୁର୍ଘଟଣା ପ୍ରତିକାର ସଚେତନତା ଶିବିର

ନେହେରୁ ସେବା ସଂଘ ରେ ଆକସ୍ମିକ ଦୁର୍ଘଟଣା ପ୍ରତିକାର ସଚେତନତା ଶିବିର

August 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

SDI Bhubaneswar @5 – Celebrating Five Years of the Permanent Campus

SDI Bhubaneswar @5 – Celebrating Five Years of the Permanent Campus

August 21, 2026
ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

August 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version