୧୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ଆନୁକୂଲ୍ୟରେ ସଉରା ପ୍ରଧାନୀ ଗୁଡାର ୱଭର୍ ବ୍ରିଜ୍ ଚକ ଏବଂ ଭାଇ ପାସ୍ ଚକ ଓଡିଶା ଡ୍ରାଇଭର୍ ଧର୍ମ ଘଟ ମହାସଂଘ ଏକତା ମହାମଞ୍ଚ ଅଖ ବନ୍ଦ ଚକା ବନ୍ଦ ପାଳନ କରାଯାଇଛି । ଚଳିତ ମାସ ମାର୍ଚ୍ଚ ୧୫ ତାରିଖ ୨୦୨୩ ସକାଳ ୦୯ ଘଣ୍ଟିକା ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଯେଉଁ ଦାବୀ ସମୂହ ପ୍ରଶାସନ ଗ୍ରହଣ ନ କରନ୍ତି । ସ୍କୁଲ ବସ୍, ଦୁଇ ଚକିଆ ଯାନ, ଆମ୍ବୁଲେନ୍ସ୍ ଚଳା ଅନ୍ୟ କୌଣସି ଘାଡି ରାସ୍ତାରେ ଯାହାନ ବାହାନ ନ ଥିବା ଦେଖିବାକୁ ପାଇ ପାରିଛୁ । ୧୦ ଦଫା ଦାବୀ ସମୂହ ନେଇ ଆଜିର ଡ୍ରାଇଭର୍ ମହାସଂଘ ଯଥା-: ଜନ ସାଧାରଣଙ୍କ ଆକ୍ରୋସ ଶିକାର ହେଉଥିବା ଡ୍ରାଇଭର୍ ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ୍ ତିଆରି କରାଯାଉ । ଗାଡିଗୁଡିକ ପାଇଁ ଏକ ଡ୍ରାଇଭର୍ ମାନଙ୍କ ବିଶ୍ରାମ ନେବା ନେଇ ପାର୍କିଙ୍ଗ୍ ତଥ୍ ସହିତ ବିଶ୍ରାମାଗାର ଏବଂ ଶୌଚାଳୟର ବ୍ୟବସ୍ଥା ( ପ୍ରତି ୧୦୦ କିଲୋମିଟର ଅନ୍ତରରେ) କରାଯାଉ । ଜଣେ ଡ୍ରାଇଭର୍ ବୟସ ୫୫ ବର୍ଷ ପରେ ତାଙ୍କର ପେନ୍ ସନ ଦିଆ ଯାଉ । ଜଣେ ଦୁର୍ଘଟଣା ସ୍ଥଳରେ ପ୍ରାଣ ହରାଇ ଥିବା ଡ୍ରାଇଭର୍ ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା ବୀମା ରାଶି ଦିଆଯାଉ । ଦୁର୍ଘଟଣାରେ ଅକର୍ମଣ୍ୟ ଡ୍ରାଇଭର୍ ମାନଙ୍କୁ ୧୦ ଲକ୍ଷ ଟଙ୍କା ବୀମା ରାଶି ତାହା ସହିତ ଦୁର୍ଘଟଣାରେ ଚିକିତ୍ସା ନିମନ୍ତେ ଡ୍ରାଇଭରଙ୍କୁ ୦୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ପ୍ରଦାନ କରାଯାଉ ।ଡ୍ରାଇଭରମାନଙ୍କୁ ୨ୟ ସୈନିକର ମାନ୍ୟତା ଦିଆଯାଉ । ଡ୍ରାଇଭର ମାନଙ୍କୁ ଗୃହ ନିର୍ମାଣ ନିମନ୍ତେ ଆବାସ ଯୋଜନା ପାଇଁ ୦୫ ଲକ୍ଷ ଟଙ୍କା ଦିଆଯାଉ । ଚାଳକମାନଙ୍କ ପିଲା, ଛୁଆ ଉଚ୍ଚ ଶିକ୍ଷାରେ ଅଭିବୃଦ୍ଧି ନିମନ୍ତେ ବ୍ୟବସ୍ଥା କରାଯାଉ । ରାଜ ରାସ୍ଥାରେ ପ୍ରଶାସନ ପକ୍ଷରୁ ଡ୍ରାଇଭରମାନଙ୍କୁ ହଇରାଣରେ କରା ନ ଯିବା ନେଇ ଏବଂ ଲାଇସେନ୍ସ୍ ନିମନ୍ତେ ଯେଉଁ ୧୫ ହଜାର ଟଙ୍କା ସରକାର ରଖୁଛନ୍ତି ତାହା ବିରୋଧ କରି କମ୍ ମୂଲ୍ୟାଙ୍କନ ଚିର ଧାର୍ଯ୍ୟ କରାଯାଉ । ଆଜିର ଗୁଣପୁର ବ୍ଲକ୍ ନିର୍ବାଚନ ମଣ୍ଡଳୀର ଷ୍ଟେରିଙ୍ଗ ଆନ୍ଦୋଳନ ଡ୍ରାଇଭର ମହାସଂଘର ସଭାପତି ଶ୍ରୀ- ଟୁଲୁ ଭାଇ,ଉପ-ସଭା-ଶୋଲମନ୍ ଶବର, କୋଷାଧ୍ୟକ୍ଷ-ଦେବଦୂତ ଭାଇ, ସମ୍ପାଦକ ଶ୍ରୀ-ନୂତନ ପାଣି,ସହ-ସମ୍ପାଦକ ଶ୍ରୀ-ବାସୁଦେବ ଭାଇ, ତଥ୍ ସହିତ ପୋଲିସ କର୍ମଚାରୀ ଉପସ୍ଥିତରେ ସହଯୋଗ କରୁଥିଲେ ।