ଏହାର ପ୍ରଭାବରେ ବାଲିଗୁଡ଼ାରୁ ବ୍ରହ୍ମପୁର,ଭୂବନେଶ୍ବର, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ଆଦି ଅଞ୍ଚଳକୁ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା, ଜନସାଧାରଣଙ୍କ ଅକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ୍,୫୫ ବର୍ଷ ପରେ ଡ୍ରାଇଭର ମାନଙ୍କୁ ମାସିକ ୫ହଜାର ଟଙ୍କା ପେନସନ୍,ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ, ପ୍ରତି ୧୦୦ କିଲୋମିଟର ବ୍ୟବଧାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା ସହ ବିଶ୍ରାମଗାର ଓ ଶୌଚାଳୟ ନିର୍ମାଣ,
ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କୁ ୨୦ଲକ୍ଷ ଟଙ୍କାର ବୀମା ରାଶି ଏବଂ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କାର ବୀମା ରାଶି ସହ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇବା, ଡ୍ରାଇଭର ମାନଙ୍କ ନିର୍ଦ୍ଧାରିତ ମୂଲ୍ୟାଙ୍କନ ଗାଡ଼ି ଚଲାଇବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ, ଡ୍ରାଇଭର ମାନଙ୍କୁ ଦ୍ବିତୀୟ ସୈନିକ ମାନ୍ୟତା, ଡ଼୍ରାଇଭରଙ୍କ ପିଲାମାନଙ୍କର ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା, କାଗଜ ପତ୍ର ଯାଞ୍ଚ ଆଳରେ ଡ୍ରାଇଭର ମାନଙ୍କୁ ହଇରାଣ ନକରିବା, ଲାଇସେନ୍ସ ପାଇଁ ସରକାର ଧାର୍ଯ୍ୟ କରିଥିବା ୧୫ହଜାର ଟଙ୍କା ବଦଳରେ ମୂଲ୍ୟ ପରିବର୍ତ୍ତନ କରି କମ ଟଙ୍କା କରିବା ଭଳି ୧୦ ଦଫା ଦାବିରେ ଆନ୍ଦୋଳନକୁ ଓଲ୍ହାଇଥିବା କହିଛନ୍ତି ସଭାପତି ଦୁଃଶାସନ ଦିଗାଳ । ଧର୍ମଘଟ ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ଥିବାବେଳେ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । 
© 2023 Odisha Taza News.