No Result
View All Result
୧୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ପାଟଣାଗଡ଼ ଟାଟା ପାୱାର ଅଧିନରେ ଥିବା ରାମପୁର ହରିଜନ ପଡ଼ା ବାସୀ ଓ ଟାଟା ପାୱାର କର୍ମଚାରୀ ଙ୍କ ମଧ୍ୟରେ ଗଣ୍ଡଗୋଳ କୁ ନେଇ ଉଭୟ ପକ୍ଷରୁ ଥାନାରୁ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଆଜି ଅପରାହ୍ନ ସମୟରେ ଟାଟା ପାୱାର ବିଲ ସଂଗ୍ରହ ଦାୟିତ୍ଵ ରେ ଥିବା କିଛି କର୍ମଚାରୀ ମାନେ ରାମପୁର ସ୍ଥିତ ହରିଜନ ପଡ଼ାକୁ ବକେୟା ବିଲ ଆଦାୟ ପାଇଁ ଯାଇଥିଲେ । ସେହି ପଡ଼ାରେ ଥିବା ଜନୈକ ବିଦ୍ୟୁତ ଉପଭୋକ୍ତା ଘର କୁ ଯାଇ ତାକୁ ବକେୟା ବିଲ୍ ପଇଠ କରିବାକୁ କହିଥିଲେ । ତାଙ୍କର ଲକ୍ଷାଧିକ ଟଙ୍କା ବକେୟା ଥିବା ରୁ ବିଦ୍ୟୁତ ଉପଭୋକ୍ତା ଜଣକ ଦେବାକୁ ଅର୍ସମର୍ଥ ନେଇ ପ୍ରକାଶ କରିଥିଲେ । ଉତ୍ତର ରେ ବିଲ୍ ଆଦାୟ ଦାୟିତ୍ଵ ରେ ଥିବା କର୍ମଚାରୀ ମାନେ ଅତି କମ୍ ରେ ୩୦ ଶତକଡା ବିଲ୍ ପଇଠ କରିବାକୁ ଅନୁରୋଧ କରିଥିଲେ । ଠିକ ଏହି ସମୟରେ ପଡ଼ୋଶୀ ଘର ର ବିଦ୍ୟୁତ ଉପଭୋକ୍ତା ମାନେ ମଧ୍ୟ ସେଠାରେ ରୁଣ୍ଡ ହୋଇଥିଲେ । ବିଲ୍ ପଇଠ କଥା କୁ ନେଇ ଉଭୟ ଙ୍କ ମଧ୍ୟରେ କଥା କଟାକଟି ହେବା ହାତାହାତି ହୋଇଥିଲା । ଏହାପରେ ବିଦ୍ୟୁତ ବିଲ୍ ଆଦାୟ ଦାୟିତ୍ଵ ରେ ଥିବା ଜଣେ କର୍ମଚାରୀ ରାଗିଯାଇ ଜନୈକ ମହିଳା ଙ୍କ ହାତକୁ ମୋଡ଼ି ଦେଇଥିଲେ ।
ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ମହିଳା ବିଦ୍ୟୁତ ଉପଭୋକ୍ତା ମାନେ ମନ କରିବାରୁ ବିଦ୍ୟୁତ ଉପଭୋକ୍ତା ଓ କର୍ମଚାରୀ ମଧ୍ୟରେ ହାତାହାତି ହୋଇଥିଲା । ପରେ ଉଭୟ ପକ୍ଷ ଥାନାରେ ପହଞ୍ଚି ପୃଥକ୍ ପୃଥକ୍ ଦୁଇଟି ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଅନନ୍ତ ପ୍ରଧାନ । ଭଉଭ ପକ୍ଷର ଅଭିଯୋଗ କୁ ଗ୍ରହଣ କରିଥିଲେ । ତେବେ ରାତି ୧୦ ଟାରେ ବିଦ୍ୟୁତ ବିଭାଗର ଏସଡିଓ ଥାନା କୁ ଆସିବା ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ଙ୍କ ଠାରୁ ଜଣାପଡିଛି ।
No Result
View All Result