ଭାରସାମ୍ୟ ହରାଇ ପିକଅପ୍ ଦୁର୍ଘଟଣାଗ୍ରସ୍ତ – ଜଣେ ମୃତ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ବରଗଡ଼ ଜିଲ୍ଲା ବିଜେପୁର-ବରପାଲି ବ୍ଳକ ସୀମାନ୍ତ ରାସ୍ତାରେ ଏକ ପିକଅପ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ମତେ ଜାରିଂ ବଜାରକୁ ଆନ୍ଧ୍ରପ୍ରଦେଶର ଏକ ପିକଅପ(ଏପି- ୩୯-ଟିକ୍ୟୁ-୪୧୮୬) ଛେଳି ନେବାକୁ ଆସୁଥିବା ବେଳେ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇ ଓଲଟି ପଡିଥିଲା ।

ସ୍ଥାନୀୟ ଲୋକଙ୍କ ଠାରୁ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଡ୍ରାଇଭରକୁ ଉଦ୍ଧାର କରିଥିଲେ ହେଁ ଘଟଣା ସ୍ଥଳରେ ହିଁ ଡ୍ରାଇଭରର ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣାର ପ୍ରକୃତ କାରଣ ଡ୍ରାଇଭର ନିଦ ଲାଗିଯାଇଥିବାରୁ ହୋଇଥିବ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ କହିଛି । ତେବେ ଏନେଇ ପୁଲିସ ଏକ ମାମଲା ରୁଜୁ କରି ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି ।