No Result
View All Result
୧୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବନମାଳ ଗାଁର ଦାଦନ ଶ୍ରମିକ ଶୁକଦେବ ପରାଭୂଏଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ୍ । ଆଜି ଦୁଇ ଦାଦନ ସର୍ଦାରଙ୍କୁ ବାନ୍ଧିଛି । ଗିରଫ ଦୁଇ ସର୍ଦାର ହେଲେ ବନମାଳ ଗାଁର ଘନ ସା ଓ ବିଦ୍ୟାଧର ସାହୁ । ଏମାନେ କିଛି ଟଙ୍କା ଦେଇ ବେଆଇନ୍ ଭାବେ ଶୁକଦେବଙ୍କ ପରିବାର ଲୋକଙ୍କୁ ବାହାର ରାଜ୍ୟକୁ ଦାଦନ ଖଟାଇବା ପାଇଁ ପଠାଇଥିଲେ । ସେଠାରେ ଶୁକଦେବଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ନିର୍ଯାତନା ଦେଇଥିଲେ ।
ମୃତ ଶରୀରକୁ ଗାଁକୁ ଆଣୁନଥିଲେ । ଏ ନେଇ ବେଲପଡା ଥାନାରେ ଅଭିଯୋଗ ପରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନାରୁ ପ୍ରକାଶ, ଓଡ଼ିଶାରେ କାମ ନପାଇ ପ୍ରତିଦିନ ହଜାର ହଜାର ଶ୍ରମିକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି । ରୋଜଗାର ପାଇଁ ଯାଇ କେତେବେଳେ ବନ୍ଧା ପଡ଼ୁଛନ୍ତି ତ ଆଉ କେତେବେଳେ ଜୀବନ ଯାଉଛି ।

No Result
View All Result