ଏଥିପାଇଁ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ସଠିକ ପଦକ୍ଷେପ ନେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ସିଡିପିଓମାନେ ତତ୍ପର ହେବାପାଇଁ କହିଥିଲେ । ଆମ ହସ୍ପିଟାଲରେ ସାମିଲ ହୋଇଥିବା ଦଶପଲ୍ଲା ସରକାରୀ ଡାକ୍ତରଖାନାରେ ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଥିଲା । ଏଥିପାଇଁ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭରପ୍ରାପ୍ତ ମେଡ଼ିକାଲ ଅଫିସର ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା ପ୍ରକାଶ କରିଥିଲେ ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ କାମକରୁଥିବା ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରଗୁଡିକର ନିରୀକ୍ଷଣ ଓ କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏଥିରେ ସ୍ତ୍ରୀରୋଗ ବିଶେଷଜ୍ଞ ଡାଃ ସୁଧାଂଶୁ ଶେଖର ଷଡଙ୍ଗୀ, ଶିଶୁରୋଗ ବିଶେଷଜ୍ଞ ଡାଃ ତିଳୋତ୍ତମା ଷଡଙ୍ଗୀ, ଚିକିତ୍ସା ବିଶେଷଜ୍ଞ ଡାଃ ସିଦ୍ଧାର୍ଥ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ସମାଜସେବୀ ଅରୁଣ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିବା ବେଳେ ଜିଲ୍ଲା ସହପରିଚାଳକ (ଆଇନ୍) ଅଜିତ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ ।
© 2023 Odisha Taza News.