୧୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜ଼ିଲ୍ଲା କାଲିମେଳା ବ୍ଲକରୁ ଦୁଇ ଜଣ ରୋଗୀ କର୍କଟ ଓ ଗର୍ଭବତୀ ମହିଳାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ସମୟ ରେ ରକ୍ତର ଆବଶ୍ୟକ ହୋଇଥିଲା । ଏହି ଖବର ରିକ୍ଲାମେସନ ରାଇସିଙ୍ଗ କ୍ଳବର ସଭାପତି ଶ୍ରୀ ମନୋଜ କୁମାର ସାହା ଜାଣିବା ପରେ ତୁରନ୍ତ ରିକ୍ଲାମେସନ ରାଇସିଙ୍ଗ କ୍ଳବର କାର୍ଯ୍ୟକାରୀ ସଦସ୍ୟ ବଳରମ ସୁନାନୀ ଓ ଏମ.ଭି ୪୨ ଜବରଦସ୍ତ କଲୋନିର ଦୟାଲ ମଣ୍ଡଳଙ୍କୁ ଯୋଗାଯୋଗ କରି ରକ୍ତଦାନ କରାଇଥିଲେ |ତେବେ ଏହି ଅବସରରେ ମାଲକାନଗିରି ଜ଼ିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ତଥା ପୂର୍ବତନ ବିଧାୟକ ମାଲକାନଗିରି ଶ୍ରୀଯୁକ୍ତ ମାନସ ମାଡକାମି,ୱାର୍ଡ଼ ନଂ ୧୫ କାଉନସିଲର ତଥା ରିକ୍ଲାମେସନ ରାଇସିଙ୍ଗ କ୍ଳବ କୋଷାଧ୍ୟକ୍ଷ ଶ୍ରୀ ବିକାଶ ଦାସ,ରିକ୍ଲାମେସନ ରାଇସିଙ୍ଗ କ୍ଳବ ସଭାପତି ମନୋଜ କୁମାର ସାହା,ଉପଦେଷ୍ଟା ଲଷ୍ମୀନାଥ ମହାରଣା,ଉପସଭାପତି ଶ୍ରୀ ବଳରାମ ନାଗ, ସମ୍ପାଦକ ଶ୍ରୀ କେ.ରାହୁଲ,କାର୍ଯ୍ୟକାରୀ ସଦସ୍ୟ ବାଦଲ ଦେବନାଥ, ପ୍ରକାଶ କୁମାର ସାନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ମନୋବଳ ବଢ଼ାଇଥିଲେ |