No Result
View All Result
୧୩ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ଦାସିଆ ଅଜାଙ୍କ ପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ କୁ ପରିଦର୍ଶନ ରେ ଆସି ପୂର୍ବତନ ଜିଲ୍ଲା ବିଚାରପତି ମହମ୍ମଦ ଅଜମଲ, ସରଧାପୂର, ଖୋର୍ଦ୍ଧା ଓ ପରିବାରବର୍ଗ ନିଜର ପିତୃଦେବ ତଥା ବିଟ୍ରିସ ସରକାରଙ୍କ ଉଚ୍ଚ ପଦସ୍ତ ଅଧିକାରୀ ସ୍ବର୍ଗତ ମହମ୍ମଦ ୟାସିନ ଙ୍କ ଦ୍ବାରା ୧୯୧୮ ମସିହାରୁ ୧୯୫୨ ମସିହା ପର୍ଯ୍ୟନ୍ତ ବ୍ୟବହୃତ ଜର୍ମାନ ର ପୁରୁଣା ଟେବୁଲ ଘଣ୍ଟା, ରୂପା କାରୁକାର୍ଯ୍ୟ ରେ ନିର୍ମିତ ଅତର ଦାନୀ, ହାତୀ ଦାନ୍ତ ଖୋଦେଇ ହାତ ବାଡି,
ପିତଳ ନିର୍ମିତ ଗୋଲାପ ଜଳ ଛିଞ୍ଚନ ପୁରୁଣା ପାତ୍ର, ରୂପା ରେ ନିର୍ମିତ ପୁରୁଣା ପକେଟ ଘଣ୍ଟା, ପିତଳ ରେ ନିର୍ମିତ ପୁରୁଣା ଲୁଣ ଦାନି, ପୁରୁଣା ଅତର ବୋତଲ କୁ ବିଚାରପତି ଓ ପରିବାରବର୍ଗ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି। ଏହି ପୁରାତନ ବିରଳ ସାମଗ୍ରୀ ମାନ ସଂଗ୍ରହାଳୟରେ ଦର୍ଶକ, ପର୍ଯ୍ୟଟକ ଓ ଗବେଷକ ମାନଙ୍କୁ ଖୁବ୍ ଆକୃଷ୍ଟ କରିବ ।
No Result
View All Result