ଓଡ଼ିଶା ଜର୍ନାଲିଷ୍ଟ ଏସୋସିଏସନ୍ ସଭାପତି ଶ୍ରୀ ସୁବ୍ରତ ଚୌଧୁରୀ, ସୂଚନା ଅଧିକାର ଅଭିଯାନର ଆବାହକ ଶ୍ରୀ ରବୀନ୍ଦ୍ର ପାଟଖଣ୍ଡାଳ, ଓଡ଼ିଶା ଆଦିବାସୀ ମଞ୍ଚର ଶ୍ରୀ ରିକି ରହମତ୍ ଗୌତମ୍, ସୋସାଇଟି ଫର୍ ଫାଷ୍ଟ ଜଷ୍ଟିସ ର ଅଧ୍ୟକ୍ଷ ଡ଼ଃ ବାଦଲ କୁମାର ତା ପ୍ରମୁଖ ଯୋଗ ଦେଇଥିଲେ ।
ଗ୍ରାମର ସମସ୍ତ ଛୋଟ ଛୋଟ ଶିଶୁମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ବିସ୍କୁଟ ବାଣ୍ଟା ଯାଇଥିଲେ । ଶେଷରେ ରାୟଗଡ଼ା ନାଗରିକ ମଞ୍ଚର ଶୁଭେଚ୍ଛୁ ମାନଙ୍କଠାରୁ ମିଳିଥିବା ଅନେକ ପୁରୁଣା ବ୍ୟବହାର ହେବା ଭଳି ବସ୍ତ୍ରଗୁଡ଼ିକ ଗାଆଁ ଲୋକଙ୍କ ସହମତିରେ ବିତରଣ କରିଥିଲେ ଗାଁର ଉଦୀୟମାନ ଯୁବକମାନେ । ଏହି ବସ୍ତ୍ରଦାନର ଶୁଭାରମ୍ଭ ଗ୍ରାମର ଯୁବକ ମାନଙ୍କର ସହଯୋଗ ଓ କର୍ମ ନିପୁଣତା ପାଇଁ ବସ୍ତ୍ରଦାନ କାର୍ଯ୍ୟକ୍ରମ ଅତି ସଫଳ ସହକାରେ ସମାପନ ହୋଇଥିଲା । ରାୟଗଡ଼ା ନାଗରିକ ମଞ୍ଚ ଗଠନ ହେବାଠାରୁ ଜୟପୁର ସୁଗାର କମ୍ପାନୀ ଜମି ସରକାରୀ ଖାତାକୁ ଫେରିବା, ରାୟଗଡରେ ମେଡ଼ିକାଲ କଲେଜ ସ୍ଥାପନ ଦାବି ଭଳି ଅନେକ କାର୍ଯ୍ୟକ୍ରମ କରି ଆସିଛି ।
ତା ସହିତ ରାୟଗଡା ଜିଲ୍ଲାର ସଦର ବ୍ଲକ୍ ବଡ ମାଣଧରା, ଜିଲା ସୀମାନ୍ତ ବନ୍ଧୁଗାଁ ବ୍ଲକ୍ ର କୁଟ୍ରାବେଡା, କୋଲନରା ବ୍ଲକ୍ ର ସୁରି ଓ ମୁନିଗୁଡ଼ା ନିୟମଗିରିର ମଣ୍ଡା, ଆଦି ଗାଆଁ ମାନଙ୍କରେ ବସ୍ତ୍ରଦାନ ଭଳି କାର୍ଯ୍ୟ କରିଆସୁଛନ୍ତି । ଗତ ଦୁଇ ବର୍ଷ ହେବ କରନା କଟକଣା ଯୋଗୁଁ ମଞ୍ଚର ସାମାଜିକ କାର୍ଯ୍ୟ ସ୍ଥଗିତ ରହିଥିଲା । ଏହିଭଳି ଏକ କାର୍ଯ୍ୟକ୍ରମ ଆସନ୍ତା ଏକ ସପ୍ତାହ ମଧ୍ୟରେ କଲ୍ୟାଣ ସିଂହପୁର ବ୍ଲକ୍ ର ଏକ ଆଭ୍ୟନ୍ତରୀଣ ଗ୍ରାମରେ କରିବା ପାଇଁ ହୋତା କ୍ଲିନିକ୍ ର ସତ୍ତ୍ୱାଧିକାରୀ ଶ୍ରୀ ଶଶୀଭୂଷଣ ହୋତା ପ୍ରତିଶୃତି ଦେଇଛନ୍ତି ।
ଭବିଷ୍ୟତରେ ସାରା ଜିଲ୍ଲାରେ ଏଭଳି ଓ ଅନେକ ଲୋକଭିତ୍ତିକ କାମ ସବୁ ଚାଲୁ ରହିବ ବୋଲି କହିଛନ୍ତି ମଞ୍ଚର ସାଧାରଣ ସମ୍ପାଦକ ଡଃ ବାଦଲ କୁମାର ତା । ଆଜିର ଏହି କାର୍ଯ୍ୟକ୍ରମରେ ବସ୍ତ୍ରଦାନ କରି ସହଯୋଗ କରିଥିବାରୁ ମଞ୍ଚ ପକ୍ଷରୁ ଶ୍ରୀ ଶ୍ରୀ ମାଁ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ଓ ଅନ୍ୟାନ୍ୟ ସହଯୋଗୀ ଏବଂ ଶୁଭେଚ୍ଛୁ ମାନଙ୍କୁ ମଞ୍ଚ ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ମଞ୍ଚର ଆବାହକ ଶ୍ରୀ ଅଜୟ କୁମାର ରଥ ଅତି ସୁଚାରୁରୂପେ ସଂଯୋଜନା କରିଥିଲେ ।

© 2023 Odisha Taza News.