No Result
View All Result
୧୨ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ମହିନ୍ଦ୍ରା ପ୍ରାଇଡ କ୍ଲାସରୁମ ଆନୁକୂଲ୍ୟରେ ତିନି ଦିନିଆ ରୋଜଗାର ଭିତିକ କୌଶଳ ବିକାଶ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପିକା ଡ.ମମତା ପାତ୍ର ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ସମୁଦାୟ ୧୨୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ନିଜ ଅନ୍ତଃନିର୍ହିତ ଗୁଣକୁ କିପରି ବିକାଶ ବିକାଶ କରାଯାଇ ପାରିବ ଓ ତାହା ଦ୍ୱାରା ପାଠ ପଢିସାରିବା ପରେ ନିଜ କୁ କିପରି ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇପାରିବେ , ବିଭିନ୍ନ ସାକ୍ଷାତକାରରେ ସଫଳତା ପାଇବା ପାଇଁ କିଭଳି ପ୍ରସ୍ତୁତି କରିବେ ଏବଂ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ସହ କୌଶଳ ବିକାଶ ହୋଇପାରିବ ସେ ସମ୍ବନ୍ଧରେ ଗତ ୧୦ ତାରିଖ ଠାରୁ ତିନିଦିନ ପର୍ଯ୍ୟନ୍ତ ଟ୍ରେନିଂ ଦିଆଯାଇଥିଲା । ମହିନ୍ଦ୍ରା ପ୍ରାଇଡ କ୍ଲାସରୁମ, ନନ୍ଦୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାଷ୍ଟ୍ରର ଟ୍ରେନର ସୁପ୍ରଭା ମହାରଣା , ବର୍ଣ୍ଣାଭୋଧାରା ଉପସ୍ଥିତ ରହି ଦକ୍ଷତା ବିକାଶ ଟ୍ରେନିଂ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଶାନ୍ତ ରାଉତରାୟ , ନିରଂଜନ ନାୟକ , ଅମ୍ବୁଜ ସାହୁ , ଲକ୍ଷ୍ମଣ ସାହୁ , ରଙ୍ଗଲତା ବେହେରା , ନିର୍ମଳା ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।
No Result
View All Result