No Result
View All Result
୧୨ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଅବସ୍ଥିତ କୁଲୁସିଂଙ୍ଗ୍ ଗ୍ରାମ ପଞ୍ଚାୟତ ର କାଳୁତାଙ୍ଗ୍ ଗ୍ରାମର ରୋମୀୟ ରାଇକା ବୟସ(୦୨)ବର୍ଷର ସାନ ଶିଶୁ ଥିବାବେଳେ ଶିଶୁର ଅଣ୍ଟା,ବେକ ଫୁଲି ବଳି ବଳି ଯିବା ଫଳରେ ଦୁର୍ବଳ ଅବସ୍ଥାରେ ବ୍ୟଥା ସମ୍ମୁଖର କାରଣ ରହିଅଛି । ଶିଶୁର ଡାକ୍ତରି ଚିକିତ୍ସା ହୋଇ ପାରି ନ ଥିବାର ଦେଖା ଦେଇଛି । ଏହି ଶିଶୁଙ୍କ ଘର ପରିବାର ବର୍ଗ ପିତା,ମାତା ଗରୀବ ଶ୍ରେଣୀର ଅବସ୍ଥାରେ ପିତା-କିଲିସ୍ପାସ୍ ରାଇକା,ମାତା-ସୁରଞ୍ଜନି ରାଇକାଙ୍କ ପାଖରେ ଅର୍ଥର ଅଭାବ,ଅଭାବ ଦିନକୁ ଦିନ ଅତି ଗଭୀର ପରିସ୍ଥିତି ଆଳକୁ ଥିବାବେଳେ ଆଜି ସରକାରୀ ଶିଶୁ ଡାକ୍ତରୀଖାନାରେ ଚିକିତ୍ସାର ଅବସ୍ଥା ସମ୍ମୁଖୀନ ହୋଇ ଶିଶୁଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଶିଶୁ ଡାକ୍ତରୀଖାନାରେ ଚିକିତ୍ସା ଯଦି ହୋଇ ପାରୁ ନାହିଁ,ତୋ ପ୍ରଶାସନ ଆଜି ନିଦ୍ରା ଅବସ୍ଥାରେ ଶୋଇଛନ୍ତି । ଅନେକ ପଥ ପ୍ରାନ୍ତରରେ ଡାକ୍ତର ଖାନା ଥିଲେ ସୁଖ ନାହିଁ । ପ୍ରଶାସନ ଶୋଇ ଥିବାବେଳେ ଶିଶୁର ଚିକିତ୍ସା ଆଜି ଅଦ୍ବରା ରହି, ଡାକ୍ତରୀ ବିଭାଗରେ ସୁବିଧା ପାଇବା କଷ୍ଟ କର ବୋଲି ସହ ପରିବାର ସ୍ବାମୀ-ସ୍ତ୍ରୀ ତର୍କ ବିତର୍କ କରୁଥିବା ଜଣାପଡିଛି । ଦୁଃଖଦଃର କାରଣ ଏହି ଗରିବ ନିରୀହ ପାହାଡିଆ ଅଞ୍ଚଳର ଜନ ଆଦିବାସୀଙ୍କ ପାଖରେ ପଇସା ପତ୍ର ଅସୁବିଧା ରହିଥିବା ବେଳେ ଆଜି ପ୍ରଶାସନ ପକ୍ଷରୁ ଶିଶୁର ଡାକ୍ତରୀ ଚିକିତ୍ସା ନିମନ୍ତେ ସୁଲଭ ମୂଲ୍ୟରେ ଚିକିତ୍ସାର ସାହାଯ୍ୟ ମାଗିଥିବା ଶ୍ରୀ ପିତା-କିଲିସ୍ପାସ୍ ରାଇକା ଜଣାଇଛନ୍ତି । ଶିଶୁର ଡାକ୍ତରୀ ଚିକିତ୍ସା ନିମନ୍ତେ ଗ୍ରାମପଞ୍ଚାୟତ ନିକଟସ୍ଥ ସରପଞ୍ଚ ମହାଶୟା ଶ୍ରୀମତୀ-ସେଶ୍ବନୀ ଶବର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁଣପୁର କାର୍ଯ୍ୟାଳୟ ନିକଟରେ ଓ ସରକାରୀ ଶିଶୁ ଡାକ୍ତରୀଖାନା ବିଭାଗ ଗୁଣପୁର ନିକଟସ୍ଥ ଜଗନ୍ନାଥ ପୁର ହସ୍ପିଟାଲ୍ ଶ୍ରୀ-ସାହୁକାର ଡକ୍ଟର ଶିଶୁର ଡାକ୍ତର ର ଚିକିତ୍ସା ପାଇଁ ଗୁହାରି କରିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଶିଶୁର ଡାକ୍ତର ଚିକିତ୍ସା ବିଭାଗ ନେଇ ପ୍ରତି ଉତ୍ତର ପାଇ ନ ଥିବାର ଜଣାପଡିଛି । ପ୍ରଶାସନ ଏହି ଗରିବ ନିରୀହ ଶ୍ରେଣୀର ସ-ପରିବାର ଶିଶୁର ଡାକ୍ତର ଚିକିତ୍ସା ବଞ୍ଚାଇବାର ଉପାୟ ଦେଖିବାକୁ ବାକି ରହିଲା ।
No Result
View All Result