ମହାରାଜାଙ୍କର ସମସ୍ୟା କୁ ଅଣଦେଖା କରୁଥିବା ପ୍ରଶାସନ ପାଇଁ ଆଜି ରଣପୁରର ଐତିହ ପରମ୍ପରା ରେ ବାଧା ଉପୁଜିଲା । ରାଜାଙ୍କୁ ବାରମ୍ବାର ନିରାଶ ହେବାକୁ ପଡ଼ିଛି ପ୍ରସାଶନିକ ବ୍ୟବସ୍ଥା ଆଗରେ ଯେଉଁଥିପାଇଁ ରାଜା ରାଜବାଟି ରୁ ମଣିନାଗ ଙ୍କ ଚଳନ୍ତି ପ୍ରତିମା ପଚୁଂଦୋଳ ପଡିଆକୁ ଛାଡିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ।

୧୧ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ରଣପୁର ଆଜି ରଣପୁର ରେ ଐତିହ୍ୟ ସମ୍ପନ୍ନ ପଚୁଂଦୋଳ । ରଣପୁର ରେ ବାରମାସରେ ୧୩ ପର୍ବ ପାଳିତ ହୁଏ । ସେଥି ମଧ୍ୟରୁ ରଥଯାତ୍ରା ଓ ପଚୁଂଦୋଳ ଅନ୍ୟତମ । ରଣପୁର ପଚୁଂଦୋଳ ଯାତ୍ରା ମଧ୍ୟ ବେଶ୍ ଆକର୍ଷଣିୟ ହୋଇଥାଏ । ପଚୁଂଦୋଳ ରେ ନୟାଗଡ ଓ ପଡୋଶି ଖୋର୍ଦ୍ଦା ଜିଲ୍ଲାରୁ ୧୧୦ ଦୋଳ ଆସନ୍ତି । ରଣପୁର ଅଧିଷ୍ଠାତ୍ରୀ ଦେବୀ ମଣିନାଗ ମୁଖ୍ୟ (ଥାନପତି)ଭାବରେ ଏଠାରେ ଯୋଗ ଦେଇଥାଆନ୍ତି । ପ୍ରଥମେ ମଣିନାଗ ଯାଇ ପଚୁଂଦୋଳ ପଡିଆରେ ଆସ୍ଥାନରେ ବସିବା ପରେ ଅନ୍ୟ ଦୋଳ ଗୁଡିକ ଯାଇ ଆସ୍ଥାନରେ ବସନ୍ତି । କିନ୍ତୁ ଏବେ ମଣିନାଗ ଯିବା ନେଇ ଅଚଳାବସ୍ତା ଜାରି ରହିଛି । ଶହଶହ ବର୍ଷର ପରମ୍ପାରା ଅନୁଯାଇ ମଣିନାଗ ରାଜବାଟିରୁ ହିଁ ଯାଇଥାଆନ୍ତି । କିନ୍ତୁ ମଣିନାଗକୁ ଛାଡିବେ ନାହିଁ ବୋଲି ରାଜା ରୋକଠୋକ ସୁଣାଇ ଦେଇଥିବାରୁ ମନ୍ଦିର ପ୍ରଶାସନ ଉପର ମଣିନାଗ ପୀଠରୁ ଆଂଗ୍ୟ ମାଳ ଆଣି ବିଜେ କରାଇବେ ବୋଲି ଜଣାଯାଇଛି । ପରମ୍ପରା ଅନୁଯାଇ ପଚୁଂଦୋଳ ରାତିରେ ଏକ ବିରାଟ ଶୈାଭାଯାତ୍ରା ରେ ରାଜବାଟି ପରିଷର ରୁ ମଣିନାଗ ପଚୁଂଦୋଳ ପଡିଆକୁ ବିଜେ ହେବା ପରେ ଅନ୍ୟ ୧୧୦ ଦୋଳ ବିଜେ କରନ୍ତି । ପର ଦିନ ଠିକ ସେହିଭଳି ମଣିନାଗ ଆସ୍ଥାନରୁ ଉଠିବା ପରେ ଅନ୍ୟ ସବୁ ଦୋଳ ନିଜ ନିଜ ଅଚଂଳକୁ ଫେରିଯାଆନ୍ତି । ଗତ ବର୍ଷ ପଚୁଂଦୋଳ କୁ ସୁରୁଖୁରୁ ରେ କରିବା ପାଇଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ବୈାଠକ ହୋଇଥିଲା । ପରେ ରାଜା ଙ୍କ ୁ ମଣିନାଗ କୁ ବିଜେ କରିବା ପାଇଁ ଅନୁରୋଧ କରାଯାଇଥିଲା । ରାଜା ଙ୍କୁ ଅନୁରୋଧରେ କରିବା ପାଇଁ ତହସିଲଦାର ଇପସିତ କୁମାର ସାହୁ ଓ ପଚୁଂଦୋଳ କମିଟି ସଦସ୍ୟ ମାନେ ଯାଇଥିଲେ । ପରମ୍ପରା ଅନୁଯାଇ ମଣିନାଗକୁ ବିଜେ କରିବା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ରାଜା ରାଜବାଟି ରୁ ମଣିନାଗ ଙ୍କ ଚଳନ୍ତି ପ୍ରତିମା ପଚୁଂଦୋଳ ପଡିଆକୁ ଛାଡି ବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ।ପରେ ଏସମ୍ପର୍କରେ ରାଜା ଙ୍କୁ ବୁଝାସୁଝା କରିବା ପାଇଁ ରଣପୁର ର ଅନେକ ଲୋକ ,ସାମ୍ବାଦିକ ଓ ବୁ୍ଦ୍ଦିଯିବି ଯାଇ ବୁଝାସୁଝା କରିଥିଲେ । କିନ୍ତୁ ରାଜା ଓ ତାଙ୍କ ପରିବାର ଲୋକ ମାନେ ମଣିନାଗ ଙ୍କ ପ୍ରତିମା କୁ ବିଜେ କରିବେ ନାହିଁ ବୋଲି ମନାକରିଥିଲେ । ରାଜା ଙ୍କର କିଛି ଜମି ଜମା ସଙ୍କ୍ରାନ୍ତି ବିବାଦ ରହିଥିବାରୁ ପ୍ରଶାସନ ଦୀର୍ଘ ବର୍ଷ ହେଲା ସହ ଯୋଗ କରୁ ନାହିଁ ବୋଲି ଅଭିଯଯୋଗ କରିଥିଲେ । ଶୁକ୍ରବାର ସଂଧ୍ୟାରେ ନୟାଗଡ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ,ରଣପୁର ତହସିଲଦାର ଇପସିତ ସାହୁ,ଏନଏସି କର୍ତୁପକ୍ଷ ,ମନ୍ଦିର ପ୍ରଶାସନ ଓ ରଣପୁର ର ବହୁ ବୁଦ୍ଦିଯିବି ରାଜବାଟି ପରିଷର କୁ ଯାଇ ରାଜା କୁ ପରମ୍ପରା ଅନୁଯାଇ ବିଜେ କରିବା ପାଇଁ ଅନୁରୋଧ କରିଥିଲେ । ରଣପୁର ଆରାଧ୍ୟ ଦେବୀ ଭାବେ ମଣିନାଗ ପୂଜା ପାଆନ୍ତି । ଏଭଳି ଏକ ଲୋକପ୍ରିୟ ଯାତ୍ରା ରେ ରାଜ ପରିବାର ର ପ୍ରମୁଖ ଭୂମିକା ରହିଆସିଛି । ସେଥି ପାଇଁ ଉପଜିଲ୍ଲାପାଳ ଶ୍ରୀ ରାୟ ମଣିନାଗ ପ୍ରତିମାକୁ ଶହଶହ ବର୍ଷ ଭଳି ଚଳିତ ବର୍ଷ ବିଜେ କରିବା ପାଇଁ ଅନୁରୋଧ କରିଥିଲେ ।କିନ୍ତୁ ରାଜା ମଣିନାଗ ବିଗ୍ରହ ଦେବା ପାଇଁ ମନାକରି ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ପ୍ରତି ବର୍ଷ ପଚୁଂଦୋଳ ଦିନ ପାହାଡ ଶୀଖର ରେ ଥିବା ଉପର ମଣିନାଗ ପୀଠରେ ମାଜଣା କରାଯାଏ । ପରେ ସେଠାରୁ ଆଂଗ୍ୟ ମାଳ ଆସିବା ପରେ ରାଜ ବାଟି ପରିଷର ରେ ଥିବା ମଣିନାଗ ବିଗ୍ରହ ରେ ଲାଗି କରାଯାଇ ପଚୁଂଦୋଳ ରାତିରେ ଏକ ଶୈାଭା ଯାତ୍ରା ରେ ପଚୁଂଦୋଳ ପଡିଆରେ ଆସ୍ଥାନ କୁ ଯାଆନ୍ତି । ପରେ ଅନ୍ୟ ଦୋଳ ମାନେ ଯାଆନ୍ତି । କିନ୍ତୁ ଚଳିତ ବର୍ଷ ରାଜା ବିଗ୍ରହ ଦେବାକୁ ମନାକରିଦେଇ ଥିବାରୁ କେବଳ ଉପର ମଣିନାଗ ଙ୍କ ଆଂଗ୍ୟ ମାଳ ଏକ ଚଉଦୋଳରେ ବିଜେ କରିବେ ବୋଲି ନିଷ୍ପତି ହୋଇଥିବା ଜଣାଯାଇଛି ।ରବିବାର ରାତିରେ ପଚୁଂଦୋଳ କୁ ଆକର୍ଷଣୀୟ କରିବା ପାଇଁ ପଚୁଂଦୋଳ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବଲାଙ୍ଗିର ରୁ ଏକ ଦୁଲଦୁଲି ବାଜାରେ ବଡ ଦାଣ୍ଡ କମ୍ପିବ ବୋଲି ଜଣାଯାଇଛି । ସେହି ପରି ଆକର୍ଷଣୀୟ ରୋଷଣି ,ଲାଇଟ୍ ଓ ନାଚରେ ଶ୍ରୀ ଜିୟୁ ମାନେ ବିଜେ କରିବେ ।ପଚୁଂଦୋଳ ଭିଡରୁ ରକ୍ଷା କରିବା ପାଇଁ ପଚୁଂଦୋଳ ପଡିଆ ମଧ୍ୟରେ କୈାଣସି ବେପାରୀ ଙ୍କୁ ବସିବାକୁ ଦିଆଯିବ ନାହିଁ । ସେହି ଭଳି ସହର ମଧ୍ୟରେ କୈାଣସି ଚାରି ଚକିଆ ଯାନ ପ୍ରବେଶ ନିଶେଧ୍ୟ କରାଯାଇଛି । ସେମାନେ ବାଇପାସ ଦେଇ ସହର ବାହାରକୁ ଯାଇ ପାରିବେ ବୋଲି ନିଷ୍ପତି ହୋଇଛି ।