ଏହି ସତ୍ୟ ପ୍ରକାଶ ଥାଉ କି ରାମନାଗୁଡା ବ୍ଲକ ର ଆଦିବାସୀ ମାନଙ୍କର ପରିଶ୍ରମ ଜମିଗୁଡିକ ଆନ୍ଦ୍ର ପ୍ରଦେଶର ଜମି ମାଲିକମାନେ ବେଆଇନ୍ ଭାବେ ଅଣ-ଆଦିବାସୀ ମାନେ ସରକାଙ୍କ କୋଳକୁ ହାତ କରି ଜମି ନେଇ ଯାଉଛନ୍ତି । ବର୍ତ୍ତମାନ୍ ସୁଦ୍ଧା ଅନେକ ଜମି ଆଦିବାସୀ ମାନଙ୍କ ଦଖଲରେ ରହିଅଛି । ଗୁଲଣ୍ଟି ଗ୍ରାମପଞ୍ଚାୟତର ତାମିଲ ଗୁଡା ଗ୍ରାମର ଆଦିବାସୀମାନେ ଆଜକୁ ୫୦ ବର୍ଷ ଧରି ଦଖଲ କରି ଆସୁଥିବା ଜମିକୁ ଆଦିବାସୀମାନଙ୍କ ପାଖରେ କୌଣସି ପଟ୍ଟା ନାହିଁ । ତେଣୁ ଜଙ୍ଗଲଜମି,ଚାଷ ଜମିର ପଟ୍ଟା ଅତି ଶୀଘ୍ର ଯୋଗାଇ ଦିଆଯାଉ ।
ଗୋଗୁ ପାଡୁ ଗ୍ରାମପଞ୍ଚାୟତର ଲାଉଗୁଡା ଗ୍ରାମରେ ରହିଥିବା ଏରିଆ ଭିତରେ ଆନ୍ଧ୍ର ପ୍ରଦେଶ କିଛି ଲୋକ ଓଡିଶା ଜମି ମଧ୍ୟ ହଳପ କରିଥିବା ଦେଖା ଦେଇଥିବା ବେଳେ ଲାଉଗୁଡା ଗ୍ରାମର ଆଦିବାସୀମାନଙ୍କ ମଧ୍ୟରେ ପଟ୍ଟା ଜମି ବଣ୍ଟନ କରି ଦିଆଯାଉ । କାକିଟି ଗ୍ରାମରେ ଆନ୍ଧ୍ର ପ୍ରଦେଶର ଜମିଦାରମାନେ ଆଦିବାସୀମାନଙ୍କ ଭୋଗ ଦଖଲ କରିଥିବା ଜମିକୁ ବେଆଇନ୍ ଭାବେ ରେଜିଷ୍ଟ୍ରେସନ୍ କରି ହଳପ କରି ଥିବା ଜମିକୁ କ୍ରାଇମବ୍ରାଞ୍ଚ ତଦାରକ କରି ତୁରନ୍ତ ଆଦିବାସୀମାନଙ୍କ ମଧ୍ୟରେ ଉକ୍ତ ଜମିକୁ ଦିଆଯାଉ ।
ରାମନାଗୁଡା ବ୍ଲକ ର ତହସିଲଦାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ରହିଥିବା ଜଙ୍ଗଲଜମି, ଚାଷ ଜମି,ଘର ଡିହ ପଟ୍ଟା ଶୀଘ୍ର ପ୍ରଦାନ କରାଯାଉ । ଏବଂ ରାମନାଗୁଡା ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ରହିଥିବା ଜବ୍ କାର୍ଡ ଧାରୀମାନଙ୍କୁ ଜବ୍ କାର୍ଡ ଏବଂ ମନ ରେଗା (ଏମ୍ ଜି ଏନ୍ ଆର୍ ଇ ଜି ଏ) କାମ ୨୦୦ ଦିନର କାମ ଦୈନିକ ମୂଲ୍ୟ= ୬୦୦/- ଟଙ୍କା ମଜୁରୀ ଦିଆଯାଉ । ତଥ୍ ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସୂଚାଇ ରୂପେ କହୁ କି ଯେତେକ ଜବ୍ କାର୍ଡ ଧାରୀମାନଙ୍କ ପାସ୍ ବୁକ୍ ଖାତାକୁ ନ ଦେଇ ଠିକାଦାରମାନେ ଏହାକୁ ପୋଷ୍ଟାଲ୍ ଓ ଅନ୍ୟ କେତେକ ବ୍ୟାଙ୍କ ଗୁପ୍ତ ଖାତା ରଖି ଟଙ୍କା ହଳପ କରି ଠକୁଛନ୍ତି । ଏହା ତଦନ୍ତ କରି ତୁରନ୍ତ ଦୋଷୀମାନଙ୍କ ବିରୋଧରେ ଦୃଢ ନିଷ୍ଷତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଗୋଗୁପାଡୁ ଗ୍ରାମପଞ୍ଚାୟତର କେରାଣ୍ଡିଗୁଡା ଗ୍ରାମରେ ଯେଉଁ ବ୍ରିଜ୍ ନିମନ୍ତେ ଅନେକ ଅଫିସିଆଲ୍ କାର୍ଯ୍ୟାଳୟରେ ଦରଖାସ୍ତ ଦାକଲ କରିବା ସତ୍ତ୍ବେ କାର୍ଯ୍ୟକାରୀ ହୋଇପାରୁ କାହିଁକି ? ପ୍ରଶାସନ ଏହାର ଅତି ଶୀଘ୍ର ତଦାରକ କରି ସୁ-କାର୍ଯ୍ୟରେ କାର୍ଯ୍ୟକାରୀ କରିବା ନେଇ ଗ୍ରାମବାସୀ ଗୁହାରୀ କରିଥିବା ଜଣାପଡିଛି । ଆଜିର ଉକ୍ତ ବୈଠକ ନେଇ ଆସନ୍ତା ଚଳିତ ମାସ ମାର୍ଚ୍ଚ ୨୩ ତାରିଖ ୨୦୨୩ ଠାରୁ ରାମନାଗୁଡା ବ୍ଲକ୍ ଏବଂ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ବସିବା ନେଇ ନିଷ୍ପତ୍ତି ଚିର ଧାର୍ଯ୍ୟ କରିଛନ୍ତି ଗ୍ରାମବାସୀ । ଉକ୍ତ ବୈଠକରେ ଦାସୁରୁ ପାତିକା,ଶାନ୍ତି ମାଣ୍ଡାଙ୍ଗି,ହରିସ୍ ଚନ୍ଦ୍ର ନିମାଲା,ଗୁୟୁଡୁ ଶବର,ସନ୍ୟା ଶବର,ଏଲିୟ ବିଡିକା,ରମେଶ ବିଡିକା,ମଜେସ୍ ବିଡିକା,ଗୋବିନ୍ଧ ପାତିକା,ସି ପି ଆଇ (ଏମ୍ ଏଲ୍) ଲିବରେସନ୍ ର ସମ୍ପାଦକ ଶ୍ରୀ-ତ୍ରୀପତି ଗମାଙ୍ଗ ଉପସ୍ଥିତ ରହିଥିଲେ ।
© 2023 Odisha Taza News.