ଚାନ୍ଦପୁର ଦଶଦୋଳ ମେଳନ ମହୋତ୍ସବ

୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚାନ୍ଦପୁର :- ସର୍ବ ପ୍ରାଚୀନ ଗଡ଼ଜାତ ରଣପୁର ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ଭାଇଚାରା ସଂପର୍କର ଗଣପର୍ବ ଚାନ୍ଦପୁର ମେଳନ ମହୋତ୍ସବ ଚଳିତ ମାସ ୧୭ଓ ୧୮ ଦୁଇଦିନ ପାଟପଟୁ ଆର , ମେଳନ ମହୋସବ ଉତ୍ସାହ ଉଦ୍ଦୀ ପନାର ସହ ପାଳିତ ହେବାକୁ ଯାଉଛି I ଏନେଇ ଦୋଳ ପୂର୍ଣ୍ରମୀର ଅପରାହ୍ନରେ କମିଟି ସଭା ଗୃହରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ସଭାପତି ନଥିମଲ୍ଲ ମହାରl ଜ ଙ୍କସଭାପତି ତ୍ଵରେ ଅନୁଷ୍ଠିତ ହୋଇ ଯାଇଛି I

ଯାତ୍ରାକୁ ଶୃଙ୍ଖଳିତ , ସରସ , ସୁନ୍ଦର ଓ ଆକର୍ଷଣୀ ୟ କରାଜିବା ପାଇଁ କମିଟି ସାଧ୍ୟମତେ ଉଦ୍ୟମ ଜାରି ରଖିଛି। ମଧ୍ୟରାତ୍ର ର ମେଳଣ ଏଠାର ନିଆରା ପରଂପରା I ପାରଂପରିକ ଦେବନୀତି ସଂପାଦନ ଓ ମନୋରଂଜନ ଧମୀ କାର୍ଯ୍ୟକ୍ରମ ଆୟୋଜନ ହେଉଛି I ଶୃଙ୍ଖଳିତ ଓ ସୁବାର୍ତ୍ତା ବହନ କରୁଥିବା ପଟୁଆର କୁ କମିଟି ଏଥର ସମ୍ମାନିତ କରିବାର କାର୍ଯ୍ୟକ୍ରମ ରଖିଛି I ଆଶୁ ଚିକିତ୍ସା କେନ୍ଦ୍ର ଓ ପାନୀୟ ଜଳର ସୁବନ୍ଦୋବସ୍ତ କରାଯାଇଛି l

ସ୍ଥାନୀୟ ପ୍ରଶାସନର ସହଯୋଗ ଓ ସମନ୍ବୟ ପାଇଁ କମିଟି ଯୋଗା ଯୋଗ ରଖିଛି I ପ୍ରବଳ ଜନସମାଗମ ର ନିଶ୍ଚିତ ସମ୍ଭାବନା ଥିବାରୁ ଶାନ୍ତି ଶୁଖଳା ର ସୁ ବନ୍ଦୋବସ୍ତ କରାଯାଇଛି I ୧୩ ମୌଜାରୁ ୨୧ ଦୋଳରେ ବାଇଶି ଠାକୁର ବିଜେ କରିଥାନ୍ତି I ୧୯୩୬ ରୁ ଏହି ଯାତ ଚାଲିଅଛି ଓ ୧୩୬୩ ସାଲ ରାଜ ସନନ୍ଦ ମୁତାବିକ ଭୋଗ ନୀତି , ପୂଜାପାଠ ହୋଇ ଥାଏ I ସଂପାଦକ ମନୋଜ ଦାସ ଯାତ୍ରାର ସଫଳତା ପାଇଁ ଅଂଚଳ ବାସୀଙ୍କୁ ଅନୁରୋଧ ରଖିଛନ୍ତି ।