No Result
View All Result
୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଥିବା ୬ ଟି ପରୀକ୍ଷା କେନ୍ଦ୍ରରେ ୧୧୨୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିବା ବେଳେ ୧୦୯୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି ଏବଂ ୨୪ ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ଥିବା ଜଣା ପଡିଛି।ସୂଚନା ଅନୁଯାୟୀ ନୂଆଗାଁ ହାଇସ୍କୁଲ ରେ ୨୫୪ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିବା ବେଳେ ୨୪୫ ଜଣ ଛାତ୍ର ଛାତ୍ରୀ ଭାଷା ପରୀକ୍ଷା ଦେଇଛନ୍ତି ଓ ୯ ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ଅଛନ୍ତି।ଜନଶକ୍ତି ଚାହଳି ହାଇସ୍କୁଲ ରେ ୨୨୭ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୨୨୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩ ଜଣ ଅନୁପସ୍ଥିତ ଅଛନ୍ତି।ଜଗନ୍ନାଥ ପ୍ରସାଦ ହାଇସ୍କୁଲ ରେ ୧୩୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୧୨୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮ ଜଣ ଅନୁପସ୍ଥିତ ଅଛନ୍ତି। ମହିପୁର ନୋଡାଲ ହାଇସ୍କୁଲ ରେ ୨୨୮ ଜଣ ଛାତ୍ର ଛାତ୍ରୀ ମଧ୍ୟରୁ ୨୨୭ ଜଣ ପରୀକ୍ଷା ଦେଇଥିବା ବେଳେ ଜଣେ ଅନୁପସ୍ଥିତ ଅଛନ୍ତି। ବାହାଡ଼ ଝୋଲା ବାଳକ ହାଇସ୍କୁଲ ରେ ୧୫୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୧୪୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି ଓ ୨ ଜଣ ଅନୁପସ୍ଥିତ ଅଛନ୍ତି। ସେହିପରି ବେରୁଆଁ ଵାରି ହାଇସ୍କୁଲ ରେ ୧୨୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାପାଇଁ ପଞ୍ଜୀକରଣ କରିଥିବା ବେଳେ ୧୨୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି ଓ ଜଣେ ଅନୁପସ୍ଥିତ ଅଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା କେନ୍ଦ୍ର ଗୁଡିକରେ ମାଟ୍ରିକ ସମେଟିଭ ୨ ଭାଷା ପରୀକ୍ଷା ଛାତ୍ର ଛାତ୍ରୀ ସୁଚାରୁରୂପେ ଦେଇଛନ୍ତି।
No Result
View All Result