ଉପରୋକ୍ତ ଦାବି ଗୁଡ଼ିକ ରାଜ୍ୟ ସରକାର ବିଗତ ଦିନରେ ପୁରଣ କରି ନଥିବାରୁ ସଂଘର ଡାକରା କ୍ରମେ ଚଳିତ ମାସ ୧୫ ରେ ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଆନ୍ଦୋଳନ କୁ ସମର୍ଥନ ଜଣାଇ ବ୍ଳକ ସ୍ତରରେ ୟୁନିଫର୍ମ ବର୍ଜନ କରିବା ସହ ପ୍ରତିକାତ୍ମକ ଭାବେ ଆନ୍ଦୋଳନ କରିବାକୁ ବ୍ଳକ ଶିକ୍ଷକ ସଂଘ( ୟୁପିଟିଏଫ ) ମାଧ୍ୟମରେ ଏକ ଚେତାବନୀ ବାର୍ତ୍ତା ପ୍ରଦାନ କରିଥିଲେ । ଅପରପକ୍ଷରେ ବ୍ଳକ ର ସମ୍ବନିତ ଶିକ୍ଷକ ସଂଘ ମଧ୍ୟ ଉକ୍ତ ପ୍ରତିକାତ୍ମକ ଆନ୍ଦୋଳନ କୁ ସହଯୋଗ କରିବାକୁ ସହମତି ପ୍ରକାଶ କରିଛନ୍ତି । ଦାବି ପତ୍ର ପ୍ରଦାନ ସମୟରେ ସଂଘର ସମ୍ପାଦକ ଦେବକାନ୍ତ ମେହେର, ବରିଷ୍ଠ ଶିକ୍ଷକ ଗୋବିନ୍ଦ ମେହେର, ଶିକ୍ଷୟିତ୍ରୀ ବିଜୟିନୀ ଝାଙ୍କର , ଏନପିଏସ ଭୁକ୍ତ ଓ କନିଷ୍ଠ ଶିକ୍ଷକ ସଂଘ ସଭାନେତ୍ରୀ ମିଲି ମହାକୁର , ରାଜେଶ ସାହୁ , ଘନଶ୍ୟାମ ମେହେର,ଲାଲଚନ ବର୍ଗର୍ତ୍ତି ପ୍ରମୁଖ ଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।
© 2023 Odisha Taza News.