No Result
View All Result
ମହିଳା ମାନେ ପୁରୁଷଙ୍କର କୈାଣସି ଗୁଣରେ କମ୍ ନୁହଁନ୍ତି : ସିଭିଲ ଜଜ ସିନିୟର୍ ଡିଭିଜନ ଶ୍ରୀ ପଟ୍ଟନାୟକ
୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ସପ୍ତାହ ବ୍ୟାପୀ ସମାନତା ପାଇଁ ଚାଳିଥିବା ସଚେତନ କାର୍ଯ୍ୟକ୍ରମ ଅବସରରେ ପାଟଣାଗଡ଼ ତାଲୁକା ଆଇନ ସେବା ସମିତି ପକ୍ଷରୁ ବରପଦର ପଞ୍ଚାୟତ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ଏସଡିଜେଏମ ଲୋପାମୁଦ୍ରା ପ୍ରକାଶ, ସିଭିଲ ଜଜ ସିନିୟର୍ ଡିଭିଜନ ଅରୁଣ ପଟ୍ଟନାୟକ , ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠି, ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା , ଆଇନଜୀବୀ ଶ୍ରୀମତ ପାଣିଗ୍ରାହୀ, ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ ।
ତାଲୁକା ଆଇନ ସେବା ସମିତି ର ସଦସ୍ୟ ଭକ୍ତ ରାମ ବାଗ ଅତିଥି ପରିଚୟ ପତ୍ର ପ୍ରଦାନ କରିବା ସହ ଆନ୍ତର୍ଜାତିକ ମହିଳା ଦିବସ ର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ସମାଜ ରେ ମହିଳା ମାନଙ୍କ ଉପରେ ହେଉଥିବା ଅନ୍ୟାୟକୁ ମହିଳା ମାନେ ନିରବ ରେ ସହ୍ୟ ନକରି ଏହାର ପ୍ରତିବାଦ କରିବା ପାଇଁ ଆହ୍ୱାନ କରିଥିଲେ । ସମାଜ ରେ ପୁରୁଷ ମାନଙ୍କ ଠାରୁ ମହିଳା ମାନେ ମଧ୍ୟ କୋୖଣସି ଗୁଣ ରେ କମ ନୁହଁନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ସମାଜ ରେ ସବୁ କ୍ଷେତ୍ରରେ ମହିଳା ମାନଙ୍କର ଭାଗିଦାରିତାକୁ ସୁନିଶ୍ଚିତ କରିବା ସହିତ ମିଶନ ଶକ୍ତି ଜରିଆରେ ଆର୍ଥିକ କ୍ଷେତ୍ରରେ ମଧ୍ୟ ସ୍ବାବଲମ୍ବନଶୀଳ କରିବା ପାଇଁ ଆହ୍ୱାନ ଦେବା ସହିତ ମହିଳାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ଦେଇ କାର୍ଯ୍ୟ କରିଲେ ସମାଜ ରେ ବିଷମତା ହଟିବ ବୋଲି ସିଭିଲ ଜଜ ସିନିୟର୍ ଡିଭିଜନ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନ ଲିଗାଲ ଏଡ୍ ଆସିଣ୍ଟାଣ୍ଟ ପ୍ରଜ୍ଞାପରମିତା ଧଳ , ମହିଳା ଆଇନଜୀବୀ ଜି ଜୋର୍ତିମୟୀ , ବ୍ଳକ ଯୋଗାଣ ଅଧିକାରୀ ରାଜାରାମ ହୋତା , ସରପଞ୍ଚ ସୁବାସ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।
,ପିଏଲଭି ବନମାଳୀ କୁମ୍ଭାର , ମନୋଜ ବାଗ ସହଯୋଗ କରିଥିବା ବେଳେ ଅଙ୍ଗନବାଡ଼ି,ଆଶା , ବୁଦ୍ଧିଜୀବୀ, ପଞ୍ଚାୟତ ଯୋଗାଣ ସହାୟକ ସଚିନ ମହଲା ଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ । ସଦସ୍ୟ ଶ୍ରୀ ବାଗ ସଭା ପରିଚାଳନା କରିଥିବା ବେଳେ ମନୋଜ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result