ମୁଖ୍ୟ ଅତିଥି ରୂପେ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ର ଅଧକ୍ଷା ସରସ୍ଵତୀ ମହାପାତ୍ର ଯୋଗଦେଇ ଆନ୍ତର୍ଜାତିକ ମହିଳା ଦିବସ ଦିବସ ର ପାଳନ ଉପରେ ଗୁରୁତ୍ବ ଦେଇଥିଲେ l ଅଧ୍ୟାପିକା ସୁଜାତା କୁମାରୀ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସମାଜରେ ମହିଳା ମାନଙ୍କ ସ୍ଥାନ ଓ ପରିବାର ଗଠନରେ ସେମାନଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ l
ସେବା ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷୟତ୍ରୀ ସାଗରିକା ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ କର୍ମକ୍ଷେତ୍ର ରେ ମହିଳା ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ l ଶିକ୍ଷକ ସଦାଶିବ ସାହୁ ସ୍ଵାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ l ଶିକ୍ଷକ ଆଶୁତୋଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଵଧର ଗୃହର ସମସ୍ତ ଅନ୍ତେଃବାସୀ ଓ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l
© 2023 Odisha Taza News.