୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ଅନୁସୂଚିତ ଜନଜାତି ଓ ଜାତି ଆଦିବାସୀ ହରିଜନ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ହାଇସ୍କୁଲ ଆଶ୍ରମ ର ନବ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜାତି ବାଳକ ହଷ୍ଟେଲ ଦେଢ଼ ବର୍ଷ ରୁ ଉର୍ଦ୍ଧ୍ବ ହେବ ଭୁତକୋଠି ପାଲଟିଛି । ଏଚ୍ ଏଲ ସିଏଲ ଯୋଜନା ମାଧ୍ୟମରେ ୧ କୋଟି ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନବ ନିର୍ମିତ ବାଳକ ହଷ୍ଟେଲ ର ନିର୍ମାଣ କାର୍ଯ୍ୟ ୨୦୧୭/୧୮ ଆର୍ଥିକ ବର୍ଷରେ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭ ରୁ ସ୍ଥାନୀୟ ଗୁଣବତ୍ତା ( ଲୋକାଲ କ୍ୟୁଲିଟି ) ଲୁହା ଛଡ଼ ସାଙ୍ଗକୁ ସିମେଣ୍ଟ ଓ ବାଲି ର ମିଶ୍ରଣ ଅନୁପାତ କୁ ନେଇ ଗ୍ରାମବାସୀ ସେହି ସମୟରେ ଆଦିବାସୀ ହରିଜନ କଲ୍ୟାଣ ବିଭାଗ , ଉପଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ଦ୍ଵାରସ୍ଥ ହୋଇଥିଲେ ।
ଅନ୍ୟପଟେ ସଂପୃକ୍ତ ଠିକାଦାର ଜଣକ ଜଣେ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ଥିବା ରୁ ଗ୍ରାମବାସୀ ଙ୍କ ଅଭିଯୋଗ ମଧ୍ୟ କାମ ଦେଲାନି । ଯାହାଫଳରେ ଠିକାଦାର ଜଣକ ନିଜ ମନ ମୁତାବକ ଉକ୍ତ ହଷ୍ଟେଲ ନିର୍ମାଣ କାମ କରିବାରେ ଲାଗିଲେ ଉକ୍ତ ହଷ୍ଟେଲ ଟି ବାହାର ପଟେ ପୁରା ଚକଚାକ ଦେଖାଯାଉଛି । ଭିତରକୁ ପଶିଲେ ନିମ୍ନ ମାନର କାମ ହୋଇ ଥିବା ଜଣାପଡିଛି । ଠିକାଦାର ଙ୍କ କହିବା ଅନୁସାରେ ଉକ୍ତ ହଷ୍ଟେଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଦର୍ଶାଇ ୧୫/୧୧/୨୦୨୧ ମସିହାରେ ଆଦିବାସୀ କଲ୍ୟାଣ ବିଭାଗ ( ଜିଲ୍ଲା ମଙ୍ଗଳ ଅଧିକାରୀ) ଙ୍କୁ ସେ ହସ୍ତାନ୍ତର କରିଥିବା କହିଛନ୍ତି । ଅନ୍ୟପଟେ ଆଶ୍ରମର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ବିଭାଗୀୟ ଜିଲ୍ଲା ଅଧିକାରୀ ଙ୍କ ଠାରୁ ଉକ୍ତ ହସ୍ତାନ୍ତର ଚିଠି ପାଇବା ପରେ ସଂପୃକ୍ତ ଠିକାଦାର ଙ୍କୁ ଆଶ୍ରମ କୁ ଡ଼ାକି ଥିଲେ । 
© 2023 Odisha Taza News.