ଗୋଟିଏ ବର୍ଷ ହେବ ମୃତକ ତାଙ୍କର ପରିବାର ସହ ଶ୍ୱଶୁର ଘର ଚାବରିପାଲି ରେ ରହିଆସୁଥିବା ବେଳେ ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗି ରହିଥିଲା । ସେହି କଳହ ଗତ ବୁଧବାର ଦିନ ଉଗ୍ରରୂପ ଧାରଣ କରିଛି । ଗାଁରେ ହୋଲିଖେଳ ଚାଲୁଥିବା ସମୟରେ ରୁଦ୍ରମଣି ମେହେର ତାଙ୍କର ଶଶୁର ଘର ଲୋକଙ୍କ ସହ କୌଣସି କାରଣରୁ ବଚସା ହୋଇଥିବା ବେଳେ ରୁଦ୍ରମଣି କୁ ନିସ୍ତୁକ ମାଡ ମାରି ଏକ ଘରେ ବନ୍ଦ କରିଦେଇଥିଲେ । ସମସ୍ତ ପରିବାର ପାଟଣାଗଡ଼ ରେ ଏକ ବିବାହ ଘରକୁ ଯୋଗ ଦେବାକୁ ଯାଇଥିଲେ ।
ପାଟଣାଗଡ଼ରୁ ରାତି ରେ ମୃତକର ଶଶୁର ଓ ଶଳା ଘରକୁ ଫେରି ମୃତକ କୁ ଗୋଟିଏ ଜରି ବସ୍ତାରେ ଭରି ଏକ ଭେନ ଗାଡିର ନମ୍ବର ଓଡି ୦୩ ଏକ୍ସ ୭୦୦୯୭006 ରେ ଲଦି ମୃତ ଦେହକୁ ଫିଙ୍ଗି ଦେବାକୁ ଉଦ୍ୟମ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ମାଡି ବସି ଗାଡି ଓ ଶବ କୁ ଜବତ କରି ଘଟଣା ସ୍ଥଳରୁ ଶଶୁର ଉଦ୍ଧବ ମେହେର ଓ ଶଳା ସୁନୀଲ କୁମାର ମେହେର ଙ୍କୁ ଥାନା କୁ ଆଣିଥିବାବେଳେ ପାଟଣାଗଡ଼ କୁ ଯାଇଥିବା ପରିବାର ର ଅନ୍ୟ ତିନିଜଣ ସଦସ୍ୟ ମୃତକର ସ୍ତ୍ରୀ ସରୋଜିନୀ ମେହେର, ଶାଶୁ ବନଲତା ମେହେର ଓ ଶଳା ଅନିରୁଦ୍ଧ ମେହେର କୁ ଥାନା କୁ ଆଣିଛନ୍ତି । ଖପ୍ରାଖୋଲ ଥାନା କେଶ୍ ନମ୍ବର ୩୮/୨୩ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।
© 2023 Odisha Taza News.