ନର୍ଲା ପୋଲିସର ସଫଳତା : ଶାନ୍ତପୁର କେନାଲ ନିକଟରୁ ଗଞ୍ଜେଇ ମାଫିଆ ଗିରଫ

୦୮ ମାର୍ଚ୍ଚ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ନର୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ସଫଳତା ପାଇବାରେ ଲାଗିଛି। ଏହି କ୍ରମରେ କୈାଣସି ମତେ ଖବର ପାଇ ପୋଲିସ ନର୍ଲା ଥାନା ଅନ୍ତର୍ଗତ ଶାନ୍ତପୁର କେନାଲ ନିକଟରୁ ଏକ ଗଞ୍ଜେଇ ମାଫିଆ ସହ ଗଞ୍ଜେଇ ଓ ଏକ ବାଇକ୍ ଜବତ କରିଛି । ନର୍ଲା ଥାନା ଆଇଆଇସି ଗଙ୍ଗାଧର ମେହେରଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍ଆଇ କୃତ୍ତିବାସ ପୁଝାରୀଙ୍କ ନେତୃତ୍ବରେ ଏକ ଟିମ୍ ଏହି ଗଞ୍ଜେଇ ମାଫିଆକୁ ଧରିବାରେ ସକ୍ଷମ ହୋଇଛି ।

ଉତ୍ତର ପ୍ରଦେଶର ଉଦୟଭାନୁ ସିଂ (୫୬) ଗଞ୍ଜେଇ ମାଫିଆକୁ ପୋଲିସ ଶାନ୍ତପୁର କେନାଲ ନିକଟରୁ ଧରିବା ସହ ଓଡି୧୦ଏ୧୯୧୨ ହିରୋହୁଣ୍ଡା ମଟରସାଇକେଲ ଓ ୧୦ କେଜି ୩୯୫ଗ୍ରାମ ଗଞ୍ଜେଇ ଜବତ କରିଛି । ନର୍ଲା ଥାନା କେସ ନଂ 59/2023 ଅନୁଯାୟୀ ସେକସନ 20b(ii)B NDPS ଆକ୍ଟରେ ଗଞ୍ଜେଇ ମାଫିଆକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ନର୍ଲା ପୋଲିସର ଏହି ସଫଳତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।