ଓଡିଶା ତାଜା ନ୍ୟୁଜ୍ (୧୫ ଜୁନ୍ ସୋମବାର) ପୁରୀ :- ବର୍ଷାରେ ଭାସିଲା ବଡଦାଣ୍ଡ ! ରଥ କାମ ଠପ୍ ହୋଇଥିବା ବେଳେ ଉଡିଗଲା ନୀଳଚକ୍ରରେ ବନ୍ଧାଯାଇଥିବା ବାଉଁଶ ସହ ବାନା କେଉଁଆଡ଼େ ଉଡ଼ିଯାଇଛି । ଓଡିଶାରେ ଲାଗିରହିଥିବା ମୌସୁମୀ ବର୍ଷା ଯୋଗୁଁ ଜଳମଗ୍ନ ହୋଇପଡିଛି ପୁରୀର ବଡଦାଣ୍ଡ । ସୋମବାର ସକାଳେ ପୁରୀରେ ଘଡ଼ଘଡ଼ି ସହ ପବନ ଓ ମୁଷଳ ଧାରାରେ ବର୍ଷା ହୋଇଥିଲା । ପ୍ରାୟ ୧ ଘଣ୍ଟା ଧରି ଘଡ଼ଘଡ଼ି ସହ ବର୍ଷା ପବନ ସମୟରେ ନୀଳଚକ୍ରରେ ବନ୍ଧାଯାଇଥିବା ବାଉଁଶ ସହ ବାନା କେଉଁଆଡ଼େ ଉଡ଼ିଯାଇଛି । ଭକ୍ତଙ୍କ ମଧ୍ୟରେ ନାନା ପ୍ରକାର ଚର୍ଚ୍ଚା ହେଉଛି ।
କେହି କେହି ଏହାକୁ ଅଶୁଭ ସଙ୍କେତ ବୋଲି କହୁଥିବା ବେଳେ ଆଉ କେହି ପ୍ରାୟ ୩ ମାସ ହେବ ଶ୍ରୀମନ୍ଦିରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିବାରୁ ଏଭଳି ଅଘଟଣା ବାରମ୍ବାର ଘଟୁଛି ବୋଲି ଆଲୋଚନା କରୁଛନ୍ତି । ତେବେ ମୁଖ୍ୟ ବାନା ଉଡ଼ିଯାଇଥିଲେ ମଧ୍ୟ ନୀଳଚକ୍ରରେ ସଂଲଗ୍ନ ଅନ୍ୟ ଛୋଟ ବାନା ଥିବାରୁ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିବ ନାହିଁ । ସୂଚନା ଥାଉ କି ପୂର୍ବରୁ ନିଳଚକ୍ରରେ ଲାଗିଥିବା ବାନାରେ ନିଆଁ ଲାଗିଯାଇଥିଲା ଗୋଟେ ଦିନ । ଏପରିକି ବଡ଼ ଠାକୁର ସ୍ନାନଯାତ୍ରା ସମୟରେ ଭକ୍ତଙ୍କୁ ନ ପାଇ ନିଜର ଦୁଃଖ ଜଣାଇଥିଲେ । ଏବେ ମଧ୍ୟ ପ୍ରଭୁ ଜଗନ୍ନାଥ ଙ୍କ ଶ୍ରୀମୁଖ ସୁଖରେ ନାହିଁ ବୋଲି ଅଣସର ନୀତି ରେ ନିୟୋଜିତ ସେବାୟତ କହିଛନ୍ତି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com