No Result
View All Result
ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ କୌଶଲ୍ୟା ଫାଉଣ୍ଡେସନ ତରଫରୁ ଉପଖଣ୍ଡ ଡ଼ାକ୍ତରଖାନା ରେ ନବଜାତ କନ୍ୟା ସନ୍ତାନ ଙ୍କୁ ଉପହାର ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

୦୮ ମାର୍ଚ୍ଚ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗାଁ ର କୌଶଲ୍ୟା ଫାଉଣ୍ଡେସନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ କୁ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଆଜି ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ସାରା ରାଜ୍ୟରେ ତଥା ଦେଶରେ ପାଳନ କରାଯାଉଥିବା ବେଳେ ଏହି ଗୋଟିଏ ଦିନ ରେ ହୋଲି ପର୍ବ ମଧ୍ୟ ପଡୁଥିବା ରୁ ହୋଲି ଖେଳ ମଧ୍ୟ ବେଶ୍ ଜମିଥିଲା ।
ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ କୌଶଲ୍ୟା ଫାଉଣ୍ଡେସନ ରେଙ୍ଗାଲଜୁରୀ ତରଫରୁ ସଭାପତି ତଥା ସମାଜସେବୀ ସଞ୍ଜିବ କୁମାର ପୁଟେଲ ଓ ବିଚ୍ଛିଲିବାହଲ ସମାଜ ସେବୀ ଙ୍କ ମିଳିତ ଆନୁକୁଲ୍ୟରେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ନବଜାତ ଶିଶୁ କନ୍ୟା କିଛି ଉପହାର ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଖଣ୍ଡ ମୂଖ୍ୟ ଚିକିତ୍ସାଧିକାରୀ ଡଃ ପିତବାସ ସା ଓ କାଉନସିଲର ଶୁଶାନ୍ତ ପ୍ରଧାନ ଙ୍କ ଉପସ୍ଥିତି ରେ ଡାକ୍ତର ର ଶିଶୁ ୱ।ର୍ଡ ଯାଇ
ସେଠାରେ ନବଜାତ ଶିଶୁ କନ୍ୟା ମାନଙ୍କ ଜନ୍ମଦାତ୍ରୀ ମାଆ ମାନଙ୍କୁ ତେଲ ସାବୁନ ଭଲି କିଛି ନିତ୍ୟ ବ୍ୟବହାର୍ଯ୍ୟ ଉପହାର ସାମଗ୍ରୀ ବଣ୍ଟନ କରିବା ସହ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ କନ୍ୟା ସନ୍ତାନ ଏକ ଅମୂଲ୍ୟ ରତ୍ନ ଏବଂ ପୁଅ ଝିଅ ଦୁହେଁ ସାମନ ଝିଅ ମଧ୍ୟ ସାମାଜ ରେ କୌଣସି ଗୁଣରେ କମ୍ ନୁହଁନ୍ତି ବୋଲି କହିବା ସହ ତାକୁ ଠିକ୍ ଭାବରେ ଯତ୍ନ ନେଇ ପାଠ ପଢ଼ାଇବା ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୌଶଲ୍ୟା ଫାଉଣ୍ଡେସନ ର ସଦସ୍ୟ ମାନେ ସହଯୋଗ କରିଥିବା ବେଳେ ଡାକ୍ତର ର କାର୍ଯ୍ୟରତ ନର୍ସ ମାନେ ଉପସ୍ଥିତ ଥିଲେ ।
No Result
View All Result