No Result
View All Result
୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଅମ୍ବାଭୋନା :- ଅମ୍ବାଭୋନା ବ୍ଳକ ଅନ୍ତର୍ଗତ କପାସିରା ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଠାରେ ସମ୍ବଲେଶ୍ବରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସଂଘ ପକ୍ଷରୁ ଆଜି ଦୁଗ୍ଧ ଚାଷୀ ଙ୍କ ପାଇଁ ଦିନ ଟିଏ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୁଗ୍ଧ ସଂଘ ର ସଭାପତି ବିଦ୍ଯାଧର ପ୍ରଧାନ ଙ୍କ ଅଧ୍ଯକ୍ଷତା ରେ ମୁଖ୍ଯ ଅତିଥି ଭାବେ ବରଗଡ ଜିଲ୍ଳାପାଳ ମନିଷା ବନାର୍ଜୀ ଯୋଗଦେଇ କହିଲେ ଦୁଗ୍ଧ ଚାଷୀ ମାନଙ୍କ ଯେ କୌଣସି ସମସ୍ୟାର ସମାଧାନ କରିବା ପାଇଁ ନିର୍ଭର ଯୋଗ୍ଯ ପ୍ରତିଶୃତି ଦେବା ସଂଗେ ମହିଲା ସ୍ବୟଂସହାୟକ ଗୋଷ୍ଠି ଗୋପାଳନ କ୍ଷେତ୍ର ରେ ନିୟୋଜିତ କରି ପରିବାର ଆୟ ବୃଦ୍ଧିରେ ଦ୍ବିଗୁଣିତ କରିବାରେ ସହାୟକ ହୋଇପାରିଛି।ବରଗଡ ଜିଲ୍ଲା କୁ ସବୁ ଠାରୁ ଅଧିକ ପରିମାଣରେ ଦୁଗ୍ଧ ଉତ୍ପାଦନ କରୁଥିବାରୁ ଅନ୍ଯ ଜିଲ୍ଲା ପାଇଁ ଦୁଗ୍ଧ ଚାଷୀ ଏକ ନୂଆ ପରିଚୟ ଓ ଉଦାହରଣ ପାଳଟିଛନ୍ତି ବୋଲି ନିଜର ବକ୍ତବ୍ଯ ରେ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସମ୍ବଲେଶ୍ବରୀ ଦୁଗ୍ଧ ଉତ୍ପାଦନ ସଂଘ ର ସାଧାରଣ ପରିଚାଳକ ଡଃ ସରୋଜ କୁମାର ସାହୁ କହିଲେ ମିଶନଶକ୍ତି ମାଧ୍ୟମ ମହିଲା ସ୍ବୟଂସହାୟକ ଗୋଷ୍ଠି ଗାଇ ଋଣ ଓ ଗୁହାଳ ଘର ଯୋଗାଇବା, ଦୁଗ୍ଧ ପରୀକ୍ଷା ଯନ୍ତ୍ର, ଗାଇବାଛୁରୀ ପରିଚାଳନା ଯୋଜନା ଜିଲ୍ଲାପାଳ ଙ୍କୁ ଜଣାଇଥିଲେ।ପ୍ରାରମ୍ଭ ରେ କପାସିରା ଦୁଗ୍ଧ ଉତ୍ପାଦନ ସମବାୟ ସମିତିର ନୂତନ ଯନ୍ତ୍ରପାତି ପରିଦର୍ଶନ କରି ଶ୍ରୀ କୃଷ୍ଣ ଙ୍କ ଫଟୋ ଚିତ୍ର ରେ ଧୂପ ପୁଷ୍ପ ପ୍ରଦାନ କରି କାର୍ଯ୍ଯକ୍ରମ ଆରମ୍ଭ କରାଯାଇଥିଲା। ସମ୍ବଲେଶ୍ବରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସଂଘ ର କନିଷ୍ଠ ପରିଚାଳକ ଡଃ ସଂଜୀବ କୁମାର ଶତପଥି ସଭା ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସର ରେ ସଫଳ ଦୁଗ୍ଧ ଉତ୍ପାଦନ ଭାବେ କପାସିରା ଦୁଗ୍ଧ ସମବାୟ ସମିତି ର ସଭ୍ଯ ହୃଶିକେଶ ପ୍ରଧାନ ଓ ମନୋହର ନାଏକ ଙ୍କୁ ଉପଢୌକନ ଦେଇ ଆନୁଷ୍ଠାନିକ ଭାବେ ସମ୍ମାନୀତ କରାଯାଇଥିଲା। ଏଥିରେ ସଂଘ ର ବୋର୍ଡ ଅଫ ଡାଇରେକ୍ଟର ଦୟାନନ୍ଦ ଛନ୍ଦ, ଆନନ୍ଦ ସାହୁ, ଗୁଣସାଗର ,ବରପାଲି ସମିତି ର କର୍ମ କର୍ତ୍ତା ସମେତ ଅମ୍ବାଭୋନା ବ୍ଳକ ର ବିଭିନ୍ନ ଗ୍ରାମ ମହିଲା ସ୍ବୟଂସହାୟକ ଗୋଷ୍ଠି ବହୁ ଦୁଗ୍ଧ ଚାଷୀ ଯୋଗଦେଇଥିଲେ। ଭୁକ୍ତା ବୀର ହନୁମାନ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ର ସଂପାଦକ ରାମଲାଲ ପଟେଲ ଓ ସକ୍ରିୟ ସଭ୍ଯ ପ୍ରଦୀପ ନାଏକ, କପାସିରା ଦୁଗ୍ଧ ସମିତିର ସଭାପତି ହୃଶିକେଶ ପ୍ରଧାନ, ସଂପାଦକ ବୁଦ୍ଧଦେବ ପ୍ରଧାନ,ବରଗଡ ୟୁନିଟ ଇନଚାର୍ଜ ସୁଶାନ୍ତ ମହାକୁର, ସରୋଜିନି ବାରିକ, ସହଦେବ ଶତପଥି, ସବିତା ପଧାନ, ସଂଧ୍ଯାରାଣୀ ପ୍ରଧାନ, ଭରତ ବେହେରା, ଦେବେନ୍ଦ୍ର ଦାସ, ପ୍ରମୋଦ କୁମାର ସାହୁ ଓ ସୁଦାମ ସାହୁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।
No Result
View All Result