କମେବିଟ ଜଙ୍ଗଲର ନିଆଁକୁ ଆୟତ୍ତ କଲେ ବନ କର୍ମଚାରୀ

୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ଗ୍ରାମ ପଞ୍ଚାୟତ ସ୍ଥିତ ଯାମପଡା ଗାଁର କମେବିଟ୍ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗି ଯିବାଫଳରେ ଅନେକ ଗଛ ଲତା ଗୁଡ଼ିକ ପୋଡିଯାଇଛି । ଏମିତି ଜଙ୍ଗଲରେ ନିଆଁ ପ୍ରାୟ ୧୦ଏକର ଉର୍ଦ୍ଧ୍ବ ଜାଗାରେ ନିଆଁ ଲାଗି ରହିଥିଲା । ଫରେଷ୍ଟ ପାରା ଗାର୍ଡମାନେ ଦେଖିଥିଲେ ଓ ସମସ୍ତେ ମିଳିମିଶି ଶତଚେଷ୍ଟା ପୂର୍ବକ ନିଆଁକୁ ଆୟତ୍ତ କରିବା ପାଇଁ ନିଆଁ ଲିଭା ମେସିନ ସାହାଯ୍ୟରେ ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିଲେ । ନିଆଁଟି ଦିନ ୧୨.୩୦ ରେ ଲାଗି ଥିବା ଜଣାପଡିଥିଲା ।

ଯାହାକି କୌଣସି ମହୁଲ ଗୋଟାଳୀ ମାନେ ଗଛତଳର ପତ୍ର ପୋଡ଼ିଦେବାରୁ ଆସ୍ତେ ଆସ୍ତେ ଜଙ୍ଗଲ ଭିତରକୁ ନିଆଁ ଲାଗି ଯାଇଥିବା ଜଣା ଯାଉଛି । ଉକ୍ତ ନିଆଁକୁ ଆୟତ୍ତ କରିବାପାଇଁ ଫରେଷ୍ଟର ଭବାନୀ ଶଙ୍କର ନାୟକ , ପାରା ଗାର୍ଡ ମୁକେଶ ଖାଡ଼ଙ୍ଗା, ମନୋଜ ନନ୍ଦ, ଅଜିତ କରୁଆଁ, ରଞ୍ଜନ ହାତୀ, ପ୍ରିୟବ୍ରତ ପୋଢ, ନେପାଳ ସୁନା, ମକୁନ୍ଦ ସେଠୀ, ମନୋଜ ସା ଓ ଅନ୍ୟ ମାନଙ୍କ ମଧ୍ୟରେ ସହଯୋଗରେ ଥିଲେ ତପନ କୁମାର ସାହୁ,ଚନ୍ଦ୍ର କାନ୍ତ ମାଝୀଙ୍କ ପ୍ରଚେଷ୍ଟା ବଳରେ ସମସ୍ତେ ମିଳିମିଶି ଜଙ୍ଗଲର ନିଆଁକୁ ଆୟତ୍ତ କରିଥିଲେ ଓ କିପରି ଭାବରେ ସୁରକ୍ଷା କରାଯାଇ ଜୀବଜନ୍ତୁ ମାନେ ନିଆଁରୁ ରକ୍ଷା ପାଇବା ପାଇଁ ପ୍ରୟାସ ଜାରିରଖିଥିଲେ । ଲୋକଙ୍କୁ ନିଆଁ ନ ଲଗାଇବା ପାଇଁ ସଚେତନତା କରିଥିଲେ ।