ଓଡିଶା ତାଜା ନ୍ୟୁଜ୍ (୧୪ ଜୁନ୍ ରବିବାର) କୋରାଇ :- ବାହାନଗା ରସରାଜ ମଣି ବିଶ୍ୱଳ ଶେଷରେ ନ୍ୟାୟ ପାଇଲେ । ପରିଣତ ବୟସରେ ଯାତ୍ରାଜଗତରୁ ଅବସର ନେଇ ଘରେ ରହୁଥିବା ଶ୍ରୀ ବିଶ୍ୱଳା ପାରିବାରିକ ନିର୍ଯାତନାର ଶିକାର ହୋଇ ଖନ୍ତାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ପୁଲିସ ହସ୍ତକ୍ଷେପ ପରେ ଶ୍ରୀ ବିଶ୍ୱଳ ନିଜ ଆସବାପତ୍ର ଫେରି ପାଇଛନ୍ତି । ଦିନେ ତାଙ୍କ ପାଇଁ ଯାତ୍ରା ପେଣ୍ଡାଲ ହସରେ ଉଛୁଳୁଥିଲା। ଯାତ୍ରାଜଗତରେ ନିଜର ନିଆରା ହାସ୍ୟ ସଂଳାପ ଓ ଅଭିନୟ ଚାତୁର୍ଯ୍ୟ ପାଇଁ ଏକଦା ନମ୍ବର ୱାନ୍ କମେଡିଆନ୍ର ଖ୍ୟାତି ଅର୍ଜନ କରିଥିଲେ ସେ । ମଣିଭଦ୍ର ବିଶ୍ୱାଳ ଓରଫ ରସରାଜ ମଣି ଭାବେ ପରିଚିତ ଏହି ଖ୍ୟାତନାମା କଳାକାରଙ୍କ ଦୁଃଖ ଏବେ କହିଲେ ନ ସରେ ।
ବଳବୟସ ହଟିବା ପରେ ପାରିବାରିକ ନିର୍ଯାତନାର ଶିକାର ହୋଇଛନ୍ତି ମଣିଭଦ୍ର । ଶାନ୍ତିରେ ବଞ୍ଚିବା ସହିତ ନ୍ୟାୟ ପାଇଁ ଖନ୍ତାପଡ଼ା ଥାନାର ଦ୍ୱାରସ୍ଥ ହୋଇଥିଲେ । ଶ୍ରୀ ବିଶ୍ୱ।ଳ ଯାତ୍ରା ଜଗତରୁ ଅବ୍ୟାହତି ନେଇ ଦୀର୍ଘ ୪ ବର୍ଷ ହେଲା ନିଜ ଗାଁ ବାଲେଶ୍ବର ଜିଲ୍ଲା ବାହାନାଗା ବ୍ଲକ ଓଳିଆପାଟଣାରେ ରହୁଛନ୍ତି । ଏବେ ପରିଣତ ବୟସରେ ପରିବାର ପାଇଁ ସେ ଅଲୋଡ଼ା । ମଣିଭଦ୍ରଙ୍କ ଅଭିଯୋଗ ଅନୁସାରେ, ବଡ଼ପୁଅ ହୃଦାନନ୍ଦ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଏପରିକି ତାଙ୍କର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପଲଙ୍କ, ଟିଭି, ବହିପତ୍ର, ଲୁଗାଟ୍ରଙ୍କ ଏବଂ ରଖିବା ପାଇଁ ଦେଇଥିବା ସୁନାବୋତାମ ମାଗିବାରୁ ବଡ଼ପୁଅ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଉଥୀଲେ ।
ଜୀବନ ବଞ୍ଚାଇବା ପାଇଁ ମଣିଭଦ୍ର ବର୍ତ୍ତମାନ ଅନ୍ୟତ୍ର ରହିବା ସହ ସୁରକ୍ଷା ଲୋଡିଥିଲେ । ଏ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମଣିଭଦ୍ର ଖନ୍ତାପଡ଼ା ଥାନା ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ରସରାଜ ମଣି ବିଶ୍ୱଳ ଶେଷରେ ନ୍ୟାୟ ପାଇଲେ । ଯାତ୍ରାଜଗତର ମହାନ କଳାକାର ଦୈତ୍ୟାରି ପଣ୍ଡା,ଦାମ ପଣ୍ଡା,ବାପି ପଣ୍ଡା ପ୍ରମୁଖ ସମବେଦନା ଜଣାଇବା ସହିତ ଭଲମନ୍ଦ ପଚାରି ବୁଝିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । (ଦୀପ୍ତିମାନ୍ ପତି/ବାଲେଶ୍ୱର)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com