୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ସାରା ରାଜ୍ୟରେ ଗତ କାଲି ୫ ତାରିଖ ଦିନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ନୟାଗଡ ଜିଲ୍ଲା ରଣପୁର ନର୍ବାଚନ ମଣ୍ଡଳୀ ରେ ମଧ୍ୟ ବିଜେଡ଼ି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ଉପସ୍ଥିତି ରେ ବିଜୁ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା । ତେବେ ରଣପୁର ରେ ବିଜୁ ଜନ୍ମ ଜୟନ୍ତୀ ପାଳନ ଅବସରରେ ଦେଖିବାକୁ ମିଳିଥିଲା କର୍ମୀ ଶୂନ୍ୟ ବାତାବରଣ ଯାହାକି ଦଳ ପାଇଁ ନିନ୍ଦାର ବିଷୟ ପାଲଟିଛି । ଆମେ ଜାଣିବା ଅନୁସାରେ ବିଧାୟକ ଓ କିଛି ବରିଷ୍ଠ ତଥା ସଂଗଠକ ନେତା ମାନେ ଲୋଧାଚୁଆ ସ୍ଥିତ ମା ଦହିଖାଇ ଙ୍କ ଠାରେ ବିଶାଳ ରାଲି ଓ ସଭାକାର୍ଯ୍ୟ ର ଯୋଜନା ରଖିଥିଲେ ହେଲେ ସେ ସବୁ ପାଣିଚିଆ କରିଦେଲେ ବିଜେଡି ର କୁଜିନେତା ।
ରଣପୁର ରେ ୫୦ ବିଜେଡି କର୍ମୀ ଙ୍କ ଯୋଗଦାନ ରେ ରାଲି ସମାପ୍ତ କରି ନେତା ଙ୍କ ମୁହଁରେ ଚୁନକାଳୀ ବୋଳି ଦେଲା ଭଳି ପରିସ୍ଥିତି ଉପୁଜେଇ ଦେଲେ । ସେ ଯାହା ବି ହଉ ନେତା ଙ୍କୁ ହତାଦର କରିବା ପାଇଁ କୁଜି ନେତା ସତ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ବିଧାୟକ ଙ୍କୁ କର୍ମୀ ମାନଙ୍କ ଆଗରେ ଲଜ୍ଜିତ ହେବାକୁ ପଡ଼ିଛି । ତେବେ ଏଠି କହିବା କଥା କି ରଣପୁର ରେ ବିଜେଡି ର ଶହ ଶହ ଯୁବ ସଂଗଠକ , ବରିଷ୍ଠ କର୍ମକର୍ତ୍ତା ଓ ନେତା ନେତ୍ରୀ ଏନ୍ଏସି ର ଲୋକ ପ୍ରତିନିଧି ମାନେ ଥାଉ ଥାଉ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଜନ୍ମ ଜୟନ୍ତୀ ରେ ଲୋକ ଶୂନ୍ୟ ଅବା କର୍ମୀ ଶୂନ୍ୟ ପରିସ୍ଥିତି ହେବା ଦଳ ର ଅପାରଗତା ନା କୁଜିନେତା ଙ୍କ ପାଇଁ ନେତା ଙ୍କ ଅପାରଗତା ବୋଲି ସ୍ପଷ୍ଟ ବାରି ହେଉନି ।
ଗତକାଲି ର ରାଲୀ ରେ କିଛି ବିଜେଡି କର୍ମୀ , ବିଧାୟକ ସତ୍ୟ ନାରାୟଣ ପ୍ରଧାନ , ଜିଲ୍ଲା ଅଧକ୍ଷ ଦେବାଶିଷ ପଟ୍ଟନାୟକ , ଅଧକ୍ଷା ରଙ୍ଗୀନ ମହାନ୍ତି , ବ୍ଲକ୍ ଉପାଧକ୍ଷ ପ୍ରଭାତ ଦଳବେହେରା , ବ୍ଲକ୍ ସଭାପତି ପାଣ୍ଡବ ସେଠୀ ଓ କାଉନସିଲରଙ୍କ ଭଳି କେତୋଟି ହାତ ଗଣତି ନେତା ଙ୍କ ଉପସ୍ଥିତିରେ କାମ ଚଳିବା ପାଇଁ ବିଜୁ ବାବୁ ଙ୍କର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପଞ୍ଚୁଦୋଳ ପଡିଆ ରେ ସ୍ଥାପିତ ଶହୀଦ ରଘୁ, ଦିବାକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ବିଜୁ ବାବୁ ଙ୍କ ଉଦ୍ଦେଶ୍ୟ ରେ ଏକ ସାଇକେଲ ରାଲୀ ଆରମ୍ଭ ହୋଇ ମା ମଣିନାଗ ମନ୍ଦିର ନିକଟ ରେ ଥିବା ବିଜୁ ବାବୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରାଲି ସମାପନ କରାଯାଇଥିଲା ଯାହାକି ଦଳ ପାଇଁ ଅବ୍ୟବସ୍ଥିତ ଏବଂ ଲଜ୍ୟାଜନକ ବିଷୟ ବସ୍ତୁ ପାଲଟିଛି । ବିଜେଡି ଦଳରେ ଭାବି ବିଧାୟକ ଙ୍କ ଗୋଛିକଟା ରାଜନୀତି ରେ ଆଉ କେତେ ଥର ପେଶି ହେବେ ବିଧାୟକ ବୋଲି ଚର୍ଚ୍ଚା ଜୋର ଧରିଛି ରଣପୁର ରାଜନୀତି ମହଲରେ ।

© 2023 Odisha Taza News.