ପୂର୍ବାହ୍ନ ୯ ଘଟିକା ସମୟରୁ ଅପରାହ୍ନ ୨ ଘଟିକା ଯାଏ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ସଦଗୁରୁ କ୍ୟାନସର ହସ୍ପିଟାଲ କର୍କଟ ରୋଗ ବିଭାଗର ବରିଷ୍ଠ ଡାକ୍ତର ସୌମ୍ୟ ରଂଜନ ମିଶ୍ର ଙ୍କ ଦ୍ୱାରା ୬୯ ଜଣ , ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଡ.ଅଜୟ ମିଶ୍ର ଙ୍କ ଦ୍ୱାରା ୧୨୩ ଜଣ , ଭେଷଜ ବିଶେଷଜ୍ଞ ଙ୍କ ଦ୍ୱାରା ୧୦୨ ଜଣ , ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଙ୍କ ଦ୍ୱାରା ୬୩ ଜଣ ଓ ଶିଶୁ ରୋଗ ବିଶେଷଜ୍ଞ ଙ୍କ ଦ୍ୱାରା ୬୮ ଜଣ ସମୁଦାୟ ୪୨୫ ଜଣ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିଲା ।
ଏହି ଶିବିରକୁ ବିଡିଓ କଲ୍ୟାଣ ସୌରଭ ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଋମେଶ କୁମାର ସାହୁ , ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ , ୪ ନମ୍ବର କ୍ୱାର୍ଡ କାଉନସିଲର ଶ୍ରୀମତୀ ସୁଚିତ୍ରା ସାହୁ , ସମାଜସେବୀ ଜଗବନ୍ଧୁ ବିହାରୀ , ସାମାଜିକ କର୍ମୀ ପ୍ରହଲ୍ଲାଦ ସାହୁ ପ୍ରମୁଖ ଯୋଗଦେଇଥିଲେ । ଜଗବନ୍ଧୁ ଜରାଶ୍ରମ ର ସଂପାଦକ ଯୁବ ସମାଜସେବୀ ଆଶୁତୋଷ ମିଶ୍ର ଓ ସଦଗୁରୁ କ୍ୟାନସର ହସ୍ପିଟାଲ ର ପରିଚାଳକ ଶୁଭାଶିଷ ପ୍ରସାଦ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ସହଯୋଗରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ସଫଳ ହୋଇଥିଲା । 
© 2023 Odisha Taza News.