୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ନୟାଗଡ ସହର ଉପକଣ୍ଠ ବାରମାସୀ ଲେନରେ ବଚପନ ଓ ଗାଇଡାନ୍ସ ସ୍କୁଲ ର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଓ ବିଶିଷ୍ଟ ଅତିଥି ଭାବେ ନୟାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର କୁମାର ସାହୁ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଥମ ରୁ ଷଷ୍ଠ ଶ୍ରେଣୀ ଶିଶୁ ମାନଙ୍କର ଏହି ଦ୍ଵିତୀୟ ଦିବସ ରେ ଶିଶୁ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯେଗୋତ ରେ ଉତ୍ତୀର୍ଣ୍ଣ ହୋଇଥିବା ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଜୁନିଅର ରେ ଆର୍ବିକା ଅନନ୍ୟ ଓ ସିନିଅର ରେ ଆକାଂକ୍ଷା ପ୍ରିୟଦର୍ଶିନୀ ଚାମ୍ପିଅନ ପୁରସ୍କୃତ ହୋଇଥିଲେ । ଚେୟାରମ୍ୟାନ ଶ୍ରୀଯୁକ୍ତ ଅବିନାଶ ସାହୁ ଙ୍କ ପ୍ରତେକ୍ଷ ତତ୍ୱାବଧନ ରେ ଶିଶୁ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ଡ୍ରାମା ଆଜିର ଦିନରେ ସୋସିଆଲ ମିଡ଼ିଆ ର ଅପବ୍ୟବହାର , ଶ୍ରୀକୃଷ୍ଣ ଓ ନାରଦ ଙ୍କ ମର୍ତ୍ୟ ପରିଦର୍ଶନ ପରିବେଷଣ କରିବା ସହ କୁନି କୁନି ଶିଶୁ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା ।
ପ୍ରିନ୍ସିପାଲ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ମୋନାଲି ପ୍ରିୟଦର୍ଶିନୀ ମଞ୍ଚ ସଂଯୋଜନା କରିଥିବା ବେଳେ ପି.ଆର.ଓ କଳ୍ପନା ଭଦ୍ର ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ସେବିକା ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିଥିଲେ ।
© 2023 Odisha Taza News.