No Result
View All Result
୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଲୋକେ କୁହନ୍ତି ଯାହାର ମାଆ ନାହିଁ ତା’ର ସାହା ନାହିଁ , ଯାହାର ବାପା ନାହିଁ ତା’ର ଠିକଣା ନାହିଁ ମାଆ ବାପା ଙ୍କ ଦେହାନ୍ତ ପରେ ଏବେ ତିନି ଜଣ ଆଦିବାସୀ ଅନାଥ ଶିଶୁ ବେସାହାରା ହୋଇ ପଡିରହିଛନ୍ତି । ତାଂକୁ ଆହା କରିବାକୁ କେହି ନାହାନ୍ତି । ଭାଗ୍ୟକୁ ଆଦରି ନେଇ ଏବେ ତିନି ଭାଇ ଭଉଣୀ ବାପା ମାଁ ତିଆରି କରିଥିବା ଏକ ଖପର ଘରେ ପଡ଼ିରହଛନ୍ତି । ଘର ଚାରି କାନ୍ଥ ଭିତରେ ମାଆ ବାପା ଙ୍କୁ ଝୁରି ମନେ ପକେଇ ଲୁହ ଗଡେଇବା ବ୍ୟତୀତ ତାଙ୍କ ପାଖରେ ଆଉ କିଛି ନାହିଁ ଏଭଳି ଏକ ଅତ୍ୟନ୍ତ ହୃଦୟ ସ୍ପର୍ଶି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ମଣ୍ଡୋମହୁଲ ପଞ୍ଚାୟତ ରାଣିଦର୍ହ ଗାଁ ରେ ।
ବାପା ସଦାସିବ ମୌଷିଆ ଆଗରୁ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ରୋଗାଗ୍ରସ୍ତ ବାପା ଙ୍କ ଦେହାନ୍ତ ପରେ ମାଁ ସେବତୀ ପରଘରେ ମୁଲଲାଗି ତାଙ୍କ ତିନି ଅନାଥ ଶିଶୁ ଙ୍କୁ ପାଲିଆସୁଥିଲେ । ଆଜି କୁ ୧୪ ଦିନ ପୂର୍ବେ ମାଆ ଙ୍କ ମଧ୍ୟ ଦେହାନ୍ତ ହୋଇଥିଲା ।ମାଆ ଙ୍କ ଦେହାନ୍ତ ପରେ ତିନି ଭାଇ ଭଉଣୀ ଅନାଥ ହୋଇପଡିଛନ୍ତି । ଗାଁ ଲୋକଙ୍କ ସହୟତାରେ ଗତ ୨ ତାରିଖ ଦିନ ସେବତୀ ଙ୍କ ଶୁଦ୍ଧିକ୍ରିୟା ହୋଇଥିଲା । ବଡ଼ ଝିଅ ବୟସ ୧୪ ବର୍ଷ , ପୁଅ ର ବୟସ ୧୩ , ଓ ସାନ ଝିଅ ର ବୟସ ୭ ବର୍ଷ ହୋଇଥିବା ବେଳେ ବଡ ଝିଅ ଉପରେ ଏବେ ଭାଇ ଭଉଣୀ ଙ୍କ ବୋଝ। ସେ କେମିତି କଣ କରିବେ ବୋଲି ଭାଙ୍ଗି ପଡିଛନ୍ତି ।
ମାଁ ଙ୍କ ଶୁଦ୍ଧିକ୍ରିୟା ସରିବା ପର୍ଯ୍ୟନ୍ତ ଘରକୁ ବନ୍ଧୁ, ବାନ୍ଧବ ଙ୍କ ସହ ଦୂରସର୍ମ୍ପକିୟ ମାନଙ୍କ ଯିବା ଆସିବା ଲାଗି ରହିଥିଲା । ଶୁଦ୍ଧିକ୍ରିୟା ସରିବା ପରେ ଏବେ ସମସ୍ତେ ଚାଲିଗଲେଣି । ଏବେ ତିନି ଅନାଥ ଭାଇ ଭଉଣୀ ନିରାଶ୍ରୟ ଅବସ୍ଥାରେ ପଡ଼ିରହିଛନ୍ତି । ମାଁ ବାପା ଙ୍କ ଦେହାନ୍ତ ପରେ ସେମାନଙ୍କ ପାଠପଢା ମଧ୍ୟ ବନ୍ଦ ହୋଇଯାଇଛି । ଅପରପକ୍ଷରେ ସଦାସିବ ଜଣେ ଭୂମିହୀନ ଗରିବ ଆଦିବାସୀ ଶ୍ରେଣୀର ଲୋକ ହୋଇଥିବାବେଳେ ସରକାରୀ ସହାୟତା କହିଲେ ତାଙ୍କର ଏକ ରାସନ୍ କାର୍ଡ ରହିଛି । ଏବେ ତିନି ଅନାଥ ଭାଇଭଉଣୀ ଗାଁ ଲୋକଙ୍କ ହାତଟେକା ଭାତ କୁ ଅପେକ୍ଷା କରି ଚାହିଁ ରହିଥିବା ବେଳେ ଯେଉଁ ଦିନ ଯାହା ମିଳୁଛି ଖାଇପିଇ ବଞ୍ଚି ରହିଛନ୍ତି । ଏହି ତିନି ଅନାଥ ଭାଇଭଉଣୀ ଙ୍କ ପ୍ରତି ବ୍ଳକ ପ୍ରଶାସନ ସହ ଜିଲ୍ଲା ପ୍ରସାଶନ ଦୃଷ୍ଟି ଦେଇ ସରକାରୀ ସହାୟତା ସହ ପାଠପଢ଼ା ର ଥଇଥାନ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
No Result
View All Result