No Result
View All Result
୦୨ ମାର୍ଚ୍ଚ, ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲଜୁରୀ ଗାଁ ନିକଟରେ ଥିବା ବାଙ୍କୋଡୋ ଜଙ୍ଗଲ ଭିତରେ ଥିବା ଏକ ଗଛରେ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ପୁଲିସ ପରିବାର ବର୍ଗଙ୍କ ଉପସ୍ଥିତି ରେ ଉଦ୍ଧାର କରିଛି । ମୃତ ମହିଳା ଜଣଙ୍କ ହେଲେ ସେହି ଗାଁ ର ସନ୍ତୋଷ ମଲ୍ଲିକ ଙ୍କ ସ୍ତ୍ରୀ ଭାରତୀ ମଲ୍ଲିକ । ଭାରତୀ ଙ୍କୁ ତଣ୍ଟି ଚିପି ହତ୍ୟା ପରେ ଯୋଜନା ବଦ୍ଧ ଭାବରେ ଗଛରେ ଝୁଲାଇ ଦିଆଯାଇଥିବା ତାଙ୍କ ବଡ଼ ଭାଇ ଗଣ୍ଡରାମ ବର୍ଗର୍ତ୍ତି ଅଭିଯୋଗ ଆଣିଛନ୍ତି । ଅପରପକ୍ଷରେ ମୃତ ମହିଳା ଙ୍କ ସ୍ବାମୀ ତାଙ୍କ ସ୍ତ୍ରୀ ଙ୍କ ମୁଣ୍ଡ ଦୋଷ ଥିଲା ସେଥିପାଇଁ ସେ ଔଷଧ ମଧ୍ୟ ଖାଉଥିଲେ ।
ନିଖୋଜ ର ଏକ ଦିନ ପରେ ଲରମ୍ଭା ଥାନା ରେ ଲିଖିତ ଅଭିଯୋଗ କରିଥିଲି ବୋଲି ପ୍ରକାଶ କରିଛନ୍ତି । ମୃତ ମହିଳା ଙ୍କ ବଡ଼ ଭାଇ ଙ୍କ ଅଭିଯୋଗ ମୁତାବକ ଏହି କିଛି ମାସ ହେଲା ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଅନବରତ ଝଗଡ଼ା ଲାଗି ରହୁଥିଲା । ଭଉଣୀ ଙ୍କୁ ତା ଶାଶୁ ଘରୁ ୧୫ ଦିନ ପୂର୍ବରୁ ଆଣିଥିଲି । ତାର ସ୍ବାମୀ ଓ ପରିବାର ବର୍ଗ ସହ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତି ରେ ଭଉଣୀ ଙ୍କୁ ସେମାନେ ୭ ଦିନ ପୂର୍ବରୁ ତାଙ୍କ ଘରକୁ ନେଇକି ଯାଇଥିଲେ । ଭଉଣୀ ଶାଶୁ ଘର କୁ ଯିବାର ୨ ଦିନ ପରେ ସେ ଘରୁ କୁଆଡେ ପଲାଇଯାଇଥିବା ନେଇ କି ତା’ର ସ୍ଵାମୀ ମତେ ଫୋନ୍ ଯୋଗେ ଜଣାଇଥିଲେ । ନିଖୋଜ ର ୫ ଦିନ ପରେ ଆଜି ଭଉଣୀ ର ପଚା ମୃତ ଦେହ ଗଛ ରେ ଝୁଲୁଥିବା ସହ ଗୋଡ଼ ଦୁଇଟି ମାଟି ରେ ଲାଗିଯାଇଥିବା ପାଇଥିଲି ।
ଗ୍ରାମବାସୀଙ୍କ ଠାରୁ ଜାଣିବାକୁ ପାଇଥିଲେ । ଅପରପକ୍ଷରେ ମୃତ ମହିଳା ଙ୍କ ସ୍ବାମୀ ଙ୍କ କହିବା ମୁତାବକ ଶନିବାର ବଜାର ରୁ ଫେରିବା ପରେ ଭାରତୀ ଘରେ ଭାତ ରାନ୍ଧି ନ ଥିବାରୁ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ଭାରତୀ ନିକଟସ୍ଥ ନଲକୁପ ରୁ ଏକ ବାଲଟି ପାଣି ନେଇ ବାଙ୍କୋଡୋ ଜଙ୍ଗଲ ପଟକୁ ଚାଲିଯାଇଥିଲେ । ଖୋଜାଖୋଜି ପରେ ନମିଳିବାରୁ ରବିବାର ଦିନ ଲରମ୍ଭା ଥାନା ଅଭିଯୋଗ କରିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ଧିରେନ ପାତ୍ର ଙ୍କ ଉପସ୍ଥିତିରେ ପୁଲିସ ସାଇଣ୍ଟିଫିକ ଟିମ୍ ର ସହାୟତା ନେଇ ମୃତ ଦେହ ଜବତ କରିଛି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।
No Result
View All Result