No Result
View All Result
୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ଵବିଦ୍ୟାଳୟ କରିବା ପାଇଁ ଗଜପତି ଜିଲ୍ଲାର ଦୁଇ ବିଧାୟକ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ଦେଲେ | ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଦୁଇ ବିଧାୟକଶ୍ରୀ ଦାଶରଥି ଗୋମାଙ୍ଗ, କେ. ନାରାୟଣ ରାଓ ଭୁବେନେଶ୍ୱର ରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ମାନ୍ୟବର ଶ୍ରୀ ରୋହିତ ପୂଜାରୀ ଙ୍କୁ ସାକ୍ଷାତ କରିଶତାୟୁ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତିସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ଭାବେ ଘୋଷଣା କରିବା ଦାବୀ କରି ଆଜି ସ୍ମାରକ ପତ୍ର ଦିଆ ଆଜି ପ୍ରଦାନ କରିଛନ୍ତି | ମାନ୍ୟବର ବିଧାୟକ ଶ୍ରୀ ନାରାୟଣ ରାଓ, ମାନ୍ୟବର ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ମନ୍ତ୍ରୀ ଙ୍କ ଭେଟି ଏହି ଦାବୀ ପତ୍ର ଦେଇଛନ୍ତି ସୂଚନା ଯୋଗ୍ୟ ଏହିକି ଯେ ପୂର୍ବରୁ ଏହାକୁ ନେଇ ପାରଳାଖେମୁଣ୍ଡି ଠାରେ ଏକ ନାଗରିକ ଗଠନ କରାଯାଇ ଏହି ଦାବିକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l
ଏବଂ ଉଛ ଶିକ୍ଷା ମନ୍ତ୍ରୀ ଙ୍କୁ ଭେଟି ଆଲୋଚନା କରିବାକୁ ଉଭୟ ବିଧାୟକ ଙ୍କୁ ଦାୟିତ୍ୱ ଦିଆଯାଇଥିଲା | ଆଜି ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦାନ କରିବା ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଆସିଥିବା ଅବସରରେ ତାଙ୍କୁ ମଧ୍ୟ ନାଗରିକ କମିଟିର ସଦସ୍ୟ ବସନ୍ତ ପଣ୍ଡା, ଆଦର୍ଶ ଦାସ ଓ ପ୍ରଦୀପ ନାୟକ ପ୍ରମୁଖ ଙ୍କ ସମେତ ଅନ୍ୟମାନେ ତାଙ୍କୁ ସାକ୍ଷାତ କରି ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ଵ ବିଦ୍ୟାଳୟ ଭାବେ ଘୋଷଣା କରିବା ପାଇଁ ପଦକ୍ଷେପ ନେବାକୁ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ l ସାଂସଦ ଶ୍ରୀ ସାହୁ କହିଥିଲେ ଯେ ଏଥି ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବେ l
No Result
View All Result