No Result
View All Result
୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନ :– ଭୁବନ ଉଚ୍ଚ ବିଦ୍ୟାଳୟ ୧୯୭୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କରମୂଳ ଠାରେ ଯୁଗଳ ପ୍ରସାଦ ମିଶ୍ର ଙ୍କ ଆବାବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଭ୍ୟ ବ୍ରହ୍ମାନନ୍ଦ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଙ୍ଗତ ସଦସ୍ୟ ମାନଙ୍କ ଅମରଆତ୍ମା ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ନିଳମଣୀ ସାହୁ , ବିଜୟ କୁମାର ପଟ୍ଟନାୟକ , ରାଜ କିଶୋର ଅଗ୍ରୱାଲା , ନୟନ ରଂଜନ ମିଶ୍ର , ଗଦାଧର ଦାସ , ଶ୍ରୀବତ୍ସ କୁମାର ଦାସ , ରୋହିତ କୁମାର ବେହେରା ଙ୍କ ସମେତ ୩୦ ରୁ ଉର୍ଦ୍ଧ୍ୱ ସଦସ୍ୟ ସପରିବାରେ ଯୋଗଦେଇ ପରସ୍ପର ମଧ୍ୟରେ ( ପିଲା , ଛୁଆ, ନାତି , ନାତୁଣୀ ଓ ପାରିବାରିକ ଆଲୋଚନା (ଭାବ ବିନିମୟ) କରିଥିଲେ । ଅବଶିଷ୍ଟ ଜୀବନ ବନ୍ଧୁ ମାନଙ୍କ ମଧ୍ୟରେ ସୁସଂପର୍କ ରଖିବା ଓ ବିପଦ ଆପଦରେ ସାହାଯ୍ୟ ସହଯୋଗ କରିବାକୁ ନିଷ୍ପତି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଘବ ଚନ୍ଦ୍ର ଚିନରା , ବେଣୁଧର ଗୁରୁ ,ବିଜୟ କୁମାର ଚିନରା , ରସାନନ୍ଦ ସାହୁ , ଭଗବାନ ସାହୁ , ସତ୍ୟବାଦୀ ସାହୁ , ଇଶ୍ୱର ଚନ୍ଦ୍ର ଅଗ୍ରୱାଲା , ପ୍ରଫୁଲ୍ଲ କୁମାର ସାହୁ , ଜୟକୃଷ୍ଣ ବାରିକ , ବାଇଧର ନାୟକ , ଦୁର୍ଲ୍ଲଭ ସାମଲ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ରମେଶ ଚିନରା ଧନ୍ୟବାଦ ଅର୍ପଣ କରିଥରଲେ । ଶେଷରେ ସମସ୍ତ ସଦସ୍ୟ ପ୍ରସିଦ୍ଧ ଦୌଡେଶ୍ୱର ମନ୍ଦିର ଓ ଗଣେଶ ଖୋଲା ପରିଦର୍ଶନ କରିଥିଲେ । ମାଟ୍ରିକ ପାସ ହେବାର ଦୀର୍ଘ ୪୮ ବର୍ଷ ପରେ ପରିଣତ ବୟସରେ ଏଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ବାସ୍ତବରେ ନିଆରା ଓ ଯୁବସମାଜ ପାଇଁ ପ୍ରେରଣାଦାୟୀ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ଏଥିପାଇଁ ବ୍ରହ୍ମାନନ୍ଦ ସାହୁ ଓ ବେଣୁଧର ଗୁରୁ ଙ୍କ ଉଦ୍ୟମ କୁ ଉଚ୍ଚ ପ୍ରଶଂସା କରାଯାଉଛି ।
No Result
View All Result