No Result
View All Result
‘ଆଚାର୍ଯ୍ୟ ହରିହର ଦାସ ଥଲେ ସେବା, ସହାନୁଭୂତି ଓ ଐକାନ୍ତିକ ନିଷ୍ଠାର ଜୀବନ୍ତ ପ୍ରତୀକ’
୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସତ୍ୟବାଦୀର ପଞ୍ଚସାଖାମାନଙ୍କ ମଧ୍ୟରୁ ଅନ୍ୟତମ ଆଚାର୍ଯ୍ୟ ହରିହର ଦାସ ସେବା, ସହାନୁଭୂତି, ଆଚରଣ ଓ ଐକାନ୍ତିକ ନିଷ୍ଠାର ଜୀବନ୍ତ ପ୍ରତୀକ ‘ଆଚାର୍ଯ୍ୟ ହରିହର ଦାସ ଥଲେ ସେବା, ସହାନୁଭୂତି ଓ ଐକାନ୍ତିକ ନିଷ୍ଠାର ଜୀବନ୍ତ ପ୍ରତୀକ’ ଥିଲେ । ସ୍ୱାଧୀନତା ସଂଗ୍ରାମ, ଭୂଦାନ ଓ ସର୍ବୋଦୟ ଆନ୍ଦୋଳନ, ଅସଯୋଗ ଆନ୍ଦୋଳନ ଓ ଭାରତଛାଡ଼ ଆନ୍ଦୋଳନରେ ତାଙ୍କର ଭୂମିକା ଅବିସ୍ମରଣୀୟ । ଗାଁ ଗାଁ ବୁଲି ମହାତ୍ମାଗାନ୍ଧୀଙ୍କ ଅହିଂସା ମନ୍ତ୍ରର ପ୍ରଚାର, ଖଦି ଆନ୍ଦୋଳନ, ଅସ୍ପୃଶ୍ୟତା ନିବାରଣ ଓ ନିରକ୍ଷରତା ଦୂରୀକରଣ ଆଦି ସମାଜ ସଂସ୍କାର କାର୍ଯ୍ୟକ୍ରମ ପାଇଁ ସେ ଚିରସ୍ମରଣୀୟ ହୋଇ ରହିଥିବେ ବୋଲି ଅତିଥିମାନେ ମତ ପ୍ରଦାନ କରିଛନ୍ତି ।ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଆଚାର୍ଯ୍ୟ ବିହାର ପରିଷଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଆଚାର୍ଯ୍ୟ ହରିହରଙ୍କ ସରଳ ଜୀବନଯାପନ ଉପରେ ଆଲୋକପାତ କରି କହିଲେ ଯେ ଆଚାର୍ଯ୍ୟ ହରିହରଙ୍କଠାରେ ମହାଭାରତୀୟ ଚେତନା ସହ ଅପୂର୍ବ ଦେଶପ୍ରୀତି ଓ ସେବା ମନୋଭାବ ଭରି ରହିଥିଲା ।ସତ୍ୟବାଦୀର ବନବିଦ୍ୟାଳୟର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଏହି ଋଷୀ ପ୍ରତୀମ ମହାମାନବ ଭୂଦାନ, ସର୍ବୋଦୟ ଆନ୍ଦୋଳନ, ଜନସେବା, ଛାତ୍ରବତ୍ସଳ ଶିକ୍ଷକ, ସମାଜସେବା, ଗାନ୍ଧୀଙ୍କ ମନ୍ତ୍ରର ପ୍ରଚାର ପାଇଁ ଯେଉଁ ଅନବଦ୍ୟ ଅବଦାନ ରଖିଯାଇଛନ୍ତି ସେଥିପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟରେ ଚିରଅମ୍ଳାନ ରହିବେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ସତ୍ୟବାଦୀର ବିଧାୟକ ଶ୍ରୀ ଉମାଶଙ୍କର ସାମନ୍ତରାୟ କହିଥିଲେ ଯେ ସତ୍ୟବାଦୀର ଯେଉଁ ପଞ୍ଚସଖା ଅର୍ଦ୍ଧଶତାବ୍ଦୀ ଧରି ଓଡ଼ିଶାର ଶିକ୍ଷା, ସମାଜସଂସ୍କାର, ଜନସେବା କ୍ଷେତ୍ରକୁ ପ୍ରଭାବିତ କରିଥିଲେ ସେମାନଙ୍କ ମଧ୍ୟରେ ଆଚାର୍ଯ୍ୟ ହରିହର ଅନ୍ୟତମ ଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ତଥା ଭାରତ ସରକାରଙ୍କ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର, ଭୁବନେଶ୍ୱରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା କହିଲେ ଯେ ଶିକ୍ଷାଦାନ, ଜନସେବା, ଭୂଦାନ, ସର୍ବୋଦୟ, ଶିକ୍ଷାର ପ୍ରଚାରପ୍ରସାର ପାଇଁ ଆଚାର୍ଯ୍ୟ ହରିହର ନିରବଚ୍ଛିନ୍ନ ଭାବେ ଯେଉଁ କାର୍ଯ୍ୟ କରିଯାଇଛନ୍ତି ସେଥି ପାଇଁ ସେ ଚିରସ୍ମରଣୀୟ ହୋଇରହିବେ । ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ସମାଜରେ ଅନ୍ୟମାନଙ୍କ ପାଇଁ କିଛି କରିବା ଓ ଯେକୌଣସି ମହତ କାର୍ଯ୍ୟରେ ନିଜକୁ ସଂଶ୍ଳିଷ୍ଟ କରିବା ଆଚାର୍ଯ୍ୟ ହରିହର ଦାସଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ ଥିଲା । ପ୍ରାରମ୍ଭରେ ଅତିଥିମାନେ ଆଚାର୍ଯ୍ୟ ହରିହର ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ପୂର୍ବରୁ ଆୟୋଜିତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ସଭାପରେ ଆଚାର୍ଯ୍ୟ ବିହାର ପରିଷଦ ଆନୁକୂଲ୍ୟରେ ଆଚାର୍ଯ୍ୟ ହରିହରଙ୍କ ଜୀବନର ମୂଳମନ୍ତ୍ର ‘ଭଲ ମଣିଷ ହୁଅ’ ଉପରେ ଆଧାରିତ ସାମାଜିକ ନାଟକ ‘ବୋଉ’ ପରିବେଷିତ ହୋଇଥିଲା । ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଶ୍ରୀ ଭାଗବତ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ ସୁଚେତା ପି୍ରୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
No Result
View All Result