No Result
View All Result
୨୬ ଫେବୃଆରୀ,ରବିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନ :– ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିଝାଟି ଗ୍ରମରେ ୧୯୬୪ ମସିହାରେ ଜନ୍ମିତ ବରିଷ୍ଠ ଆଏଏସ ଅଫିସର ପ୍ରଦୀପ କୁମାର ଜେନା ରାଜ୍ୟ ସରକାରଙ୍କ ପରବର୍ତି ମୁଖ୍ୟ ଶାସନ ସଚିବ ହେବେ ା ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭୁବନରେ ଆନନ୍ଦର ଲହରି ଖେଳିଯାଇଛି । ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରୀଯୁକ୍ତ ଜେନାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ , ନଗର ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ ପ୍ରମୁଖ ମିଳିତ ପ୍ରେସ ବାର୍ତାରେ ଉଲ୍ଲେଖ କରିଛନ୍ତି ଯେ , ୧୯୮୯ ବ୍ୟାଚର ବରିଷ୍ଠ ଆଏଏସ ଅଫିସର ଶ୍ରୀଯୁକ୍ତ ଜେନା ପ୍ରଥମେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରି ବର୍ତମାନ ସ୍ୱତନ୍ତ୍ର ରିଲିଫ କମିଶନର ଅଛନ୍ତି । ଶ୍ରୀ ଜେନା ୧୯୯୯ ମହାବାତ୍ୟା ପରେ କଟକ ଜିଲ୍ଲାପାଳ ଓ ୨୦୧୭ ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପରେ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରିଛନ୍ତି । ମହାବାତ୍ୟା ପରବର୍ତି ପୁନରୁଦ୍ଧାର କାର୍ଯ୍ୟ ଓ କୋଭିଡ ମହାମାରୀ ସମୟରେ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଗୁରୁ ଦାୟିତ୍ୱ ତୁଲାଇ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ବେଶ ପ୍ରଶଂସିତ ହୋଇଥିଲେ । ପରବର୍ତୀ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଜେନାଙ୍କୁ ଭୁବନ ଓକିଲ ସଂଘ , ସାମ୍ବାଦିକ ସଂଘ, ବଣିକ ସଂଘ ଓ ବିଭିନ୍ନ ସଂଗଠନ ତରଫରୁ ଅଭିନନ୍ଦନ , ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
No Result
View All Result