୨୫ଫେବୃଆରୀ ,୦୨/୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଗଜପତି ଜିଲ୍ଲାର ଅଡବା ଥାନା ପୁଲିସ ରାତିରେ ପେଟ୍ରୋଲିଙ୍ଗ କଲାବେଳେ ଡେଙ୍ଗାସଖାଲ ପଞ୍ଚାୟତର ରଡାସିଂ ଗ୍ରାମ ନିକଟରୁ ୫ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ୧୬ଟି ଜରି ବ୍ୟାଗରେ ଏହି ଗଞ୍ଜେଇ ବସ୍ତାକୁ ବାହାରକୁ ଚାଲାଣ ପାଇଁ ରାସ୍ତା କଡରେ ରଖାଯାଇଥିଲା ପୁଲିସ କହିଥିଲେ । ରାସ୍ତା କଡରେ ଗଞ୍ଜେଇ ଧରି ଗାଡିକୁ ଅପେକ୍ଷା କରିଥିବା ବେଳେ ପୁଲିସ ଗାଡିକୁ ଦେଖି ମାଫିଆମାନେ ଚମ୍ପଟ ମାରିଦେଇଥିଲେ । ଜବତ ଗଞ୍ଜେଇ ଅନୁମାନିକ ବଜାର ମୂଲ୍ୟ ୩୦ ଲକ୍ଷରୁ ଉଦ୍ଧ୍ବ ହେବ ବୋଲି ପୁଲିସ ସୁଚନା ଦେଇଛନ୍ତି । ଘଟଣା ତଦନ୍ତ ଚାଲିଥିବା ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା କହିଥିଲେ ।