୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଭୂବନେଶ୍ୱର :- ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ବିକାଶ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ୧୦୬୨.୧୦ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ-ଯୋଜନା ଅନୁମୋଦନ କରିଛନ୍ତି । ଏହି ଅର୍ଥ ବିନିଯୋଗରେ ରୋଗୀ-କୈନ୍ଦ୍ରିକ ସୁବିଧା ଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମୟାନୁବନ୍ଧିତ ଭାବେ ପୁର୍ଣ୍ଣାଙ୍ଗ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଅର୍ଥମନ୍ତ୍ରୀ ଶ୍ରୀ ନିରଞନ ପୁଜାରୀ ବିଭାଗଙ୍କୁ ନିର୍ଦେଶ ଦେଇଛନ୍ତି । କାର୍ଯ୍ୟ ଯୋଜନା ବିଷୟରେ ସୂଚନା ଦେଇ ବିଭାଗୀୟ ଶମସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ୍ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ମାଧ୍ୟମରେ ଷ୍ଟେଟ୍ ସେକ୍ଟର୍ ଯୋଜନାରୁ ଏହି ଅର୍ଥ ଦିଆଯାଇଛି ।
ଅନୁମୋଦିତ କାର୍ଯ୍ୟ ଯୋଜନା ଭିତରେ ମୁଖ୍ୟତଃ ୯ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ସୁବିଧା ସୃଷ୍ଟି, ୬ ଟି ନୂଆ ଉପଖଣ୍ଡ ସ୍ତରୀୟ ହସ୍ପିଟାଲ୍ ନିର୍ମାଣ, ୬୦ ଟି କମ୍ୟୁନିଟି ହେଲଥ୍ ସେଣ୍ଟର ଘର ନିର୍ମାଣ, ୪୭ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଷ୍ଟାଫ୍ କ୍ୱାଟର୍ ନିର୍ମାଣ, ତୃଣମୂଳ ସ୍ତରରେ ୪୦ ଟି ହେଲଥ୍ ସବ୍-ସେଣ୍ଟର ନିର୍ମାଣ, ୫ ଟି ପ୍ରାଥମିକ ଓ କମ୍ୟୁନିଟି ହେଲଥ୍ ସେଣ୍ଟରର ପାହ୍ୟାବୃଦ୍ଧି, ୬୯୬ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସବ୍ ସେଣ୍ଟରରେ ରୋଗୀମାନଙ୍କୁ ପାଇଁ ଅଧିକ ସୁବିଧା ସୃଷ୍ଟି ଏବଂ ଆବାସିକ ଓ ଅଣ-ଆବାସିକ ଆୟୁଷକେନ୍ଦ୍ରର ବିକାଶ ଆଦି ପ୍ରକଳ୍ପମାନ ରହିଛି ।

© 2023 Odisha Taza News.