No Result
View All Result
୨୨ ଫେବୃଆରୀ ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ବ୍ରହ୍ମପୁର :- ଟାଟା ଷ୍ଟିଲ୍ ଫାଉଣ୍ଡେଶନ ପକ୍ଷରୁ ଆଜି ଗୋପାଳପୁରର ବିଜୁ ପଟ୍ଟନାୟକ ଅଡିଟୋରିୟମଠାରେ ସମୁଦାୟ ନିୟୋଜନ କାର୍ଯ୍ୟକ୍ରମ ‘ଉଡାନ୍-୨୦୨୩’ ଶୁଭାରମ୍ଭ କରାଯିବା ସହିତ ୨୯୮ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ରେ ସମ୍ମାନିତ କରାଯାଇଛି । ଚଳିତ ବର୍ଷର ଏହି ଦୁଇଦିନିଆ କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ବିପର୍ଯ୍ୟୟ କ୍ଷତି ହ୍ରାସ ମାଧ୍ୟମରେ ଜଳବାୟୁ ସ୍ଥିରତାର ଏକ ସଂସ୍କୃତି ନିର୍ମାଣ କରିବା’ । ଉଡାନର ୫ମ ସଂସ୍କରଣର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଞ୍ଜାମ ଜିଲ୍ଲାପାଳ ଆଇଏଏସ୍ ଶ୍ରୀ ଦିବ୍ୟଜ୍ୟୋତି ପରିଡା କୃଷିକାର୍ଯ୍ୟରେ ନବସୃଜନକୁ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତାକୁ ଆଲୋକିତ କରିଥିଲେ ।
ସେ କହିଥିଲେ, ‘ସ୍ଥିରତା ଆମ ବିକାଶ ରଣନୀତିର କେନ୍ଦ୍ର ହେବା ଉଚିତ ଏବଂ ଆମକୁ ଜଳବାୟୁ ପରିବର୍ତନର ଜଟିଳତାକୁ ବୁଝିବା ପାଇଁ ଟେକ୍ନୋଲୋଜିର ବ୍ୟବହାରକୁ ବୃଦ୍ଧି କରିବାର ସମୟ ଆସିଛି ।’ ଏହି ଫେଲୋସିପ୍ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଆର୍ଥିକ ରୂପେ ଦୁର୍ବଳ ପଛୁଆ ବର୍ଗର ଏସ୍ସି/ଏସ୍ଟି ପରିବାରର ଛାତ୍ରଛାତ୍ରୀମାନଙ୍କୁ ନିଜର ଶିକ୍ଷାଗତ ଓ ବୃତିଗତ ଆକାଂକ୍ଷାକୁ ପୂରଣ କରିବା ପାଇଁ ସକ୍ଷମ କରିବା । ଚଳିତ ବର୍ଷ ଗୋପାଳପୁରରେ ଏହି କାର୍ଯ୍ୟକ୍ରମରେ ମୋଟ ୧୪.୩ ଲକ୍ଷ ଟଙ୍କାର ଫେଲୋସିପ୍ ପୁରସ୍କାର ଆବଂଟନ କରାଯାଇଛି ।
ଏହି କାର୍ଯ୍ୟକ୍ରମ ଟାଟା ଷ୍ଟିଲ୍ ଫାଉଣ୍ଡେଶନର ଫ୍ଲାଗ୍ସିପ୍ ପ୍ରୋଗ୍ରାମ ଦିଶା ମାଧ୍ୟମରେ ଉଦ୍ୟୋଗ ବିକାଶ, ମହିଳାଙ୍କ ଅଧିକାର, ନେତୃତ୍ୱ ବିକାଶ ଓ ଜେଣ୍ଡର୍ ମେନ୍ଷ୍ଟ୍ରିମିଙ୍ଗ୍ ଭଳି ପ୍ରସଙ୍ଗ ଉପରେ ଆୟୋଜିତ କର୍ମଶାଳାରେ ଯୋଗ ଦେବା ପାଇଁ ଆଖପାଖ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ସଦସ୍ୟ ଓ କିଶୋରୀମାନଙ୍କୁ ଏକତ୍ରିତ କରିବା ଉପରେ ଧ୍ୟାନକୈନ୍ଦ୍ରିତ କରିଥିଲା । ଏଠାରେ ଉଦ୍ୟୋଗୀ ଓ ସାମାଜିକ କାର୍ଯ୍ୟକର୍ତାମାନେ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ଅଂଚଳର ମହିଳାମାନଙ୍କ ବିକାଶ ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ଚଳିତ ବର୍ଷର ବିଷୟବସ୍ତୁକୁ ଦୃଷ୍ଟିରେ ରଖି ଉଡାନ ଗଞ୍ଜାମର ଯୁବପିଢି, ମହିଳା ଓ କୃଷକ ସମୁଦାୟଗୁଡିକ ମଧ୍ୟରେ ଜଳବାୟୁ ସ୍ଥିରତା, ବିପର୍ଯ୍ୟୟ ଓ କ୍ଷତି ହ୍ରାସ କରିବା ଓ ଏହାର ପରିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଂଚ ହେବାକୁ ଲକ୍ଷ୍ୟ ରଖିଛି । ଗୋପାଳପୁର ୟୁନିଟ୍ ସ୍ଥାୟୀ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଜଳବାୟୁ ପରିବର୍ତନ ଉପଯୋଗୀକରଣ ସହିତ ବିପର୍ଯ୍ୟୟ କ୍ଷତି ହ୍ରାସ କ୍ଷେତ୍ରରେ ନିଜର କାର୍ଯ୍ୟକୁ ଏକତ୍ରିତ କରିଛି । ଏହି ଅବସରରେ କମ୍ପାନୀର ଓଡିଶା, ସିଏସ୍ଆର୍ ହେଡ୍ ଅମ୍ବିକା ନନ୍ଦ କହିଛନ୍ତି, ‘ଉଡାନ ଉପଯୋଗୀକରଣ କାର୍ଯ୍ୟକୁ ଉନ୍ନତ କରିବା ପାଇଁ ସମୁଦାୟଗୁଡିକୁ ଏକାଠି କରିବାକୁ ଲକ୍ଷ୍ୟ ରଖିଛି ।’
କାର୍ଯ୍ୟକ୍ରମର ପ୍ରଥମ ଦିନର ଦ୍ୱିତୀୟାର୍ଦ୍ଧରେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତି ସଂଘମିତ୍ରା ଦଳେଇ, ସାମାଜିକ କାର୍ଯ୍ୟକର୍ତା ଓ ଲେଖିକା ଶ୍ରୀମତି କସ୍ତୁରୀ ମହାପାତ୍ର, ମହିଳା ଏସ୍ଏଚ୍ଜିଗୁଡିକୁ ସଫଳତାର ନୂଆ ଉଚ୍ଚତା ଛୁଇଁବା ପାଇଁ ପ୍ରେରିତ କରିବା ଲାଗି ପ୍ରେରଣାଦାୟକ ବାର୍ତା ଦେଇଥିଲେ । ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଆସନ୍ତାକାଲି ବା ଶୁକ୍ରବାର ଏକ କୃଷି-ବୈଜ୍ଞାନିକ ଆଲୋଚନା ସହିତ ଶେଷ ହେବ ଯେଉଁଠାରେ ଜଳବାୟୁ-ଅନୁକୂଳ କୃଷିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯିବ ।

No Result
View All Result