• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା ଦାବିରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ

Proprietor Abhimanyu Maharana by Proprietor Abhimanyu Maharana
February 20, 2023
in ଓଡ଼ିଶା, ମହାନଗର, ହୋମ୍
0
ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା ଦାବିରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ
Share on FacebookShare on TwitterWhatsapp

୨୦ ଫେବୃଆରୀ,ସୋମବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସାମ୍ବିଧାନିକ ରୂପେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ଦାବି ନେଇ ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ବରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକ ନିକଟ ଗାନ୍ଧୀ ମାର୍ଗରେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରାଯାଇଛି । ଭାରତ ସ୍ୱାଭାବିକ ଭାବରେ ଏକ ଧର୍ମପରାୟଣ ଏବଂ ସନାତନ ସଂସ୍କୃତିର ଦେଶ । ଏହା ହିଁ ଚିରନ୍ତନ ସତ୍ୟ ଯେ ଭାରତ ହିନ୍ଦୁ ରାଷ୍ଟ୍ର । କିନ୍ତୁ ଷଡ଼ଯନ୍ତ୍ର ପୂର୍ବକ ଏହାକୁ ସିକୁଲାର ରାଷ୍ଟ୍ର ରୂପେ ଘୋଷଣା କରାଯାଇଥିବାରୁ ପୃଥିବୀର କୌଣସି କୋଣରେ ସନାତନୀ ହିନ୍ଦୁଟିଏ ପୀଡ଼ିତ ହେଲେ ସେଠାରେ ଥିବା ଭାରତୀୟ ଦୂତାବାସ କୌଣସି ପ୍ରକାର ପଦକ୍ଷେପ ନେବା ତ ଦୂରର କଥା ପ୍ରତିକ୍ରିୟା ଟିକେ ମଧ୍ୟ ପ୍ରକାଶ କରେ ନାହିଁ । କାରଣ ସିକୁଲାର ଦେଶ ହୋଇ ଥିବାରୁ ଏଭଳି ପରିସ୍ଥିତିରେ ପ୍ରତିକ୍ରିୟା ପ୍ରକାଶ କରିବା ସେମାନଙ୍କ ପ୍ରୋଟୋକଲ ବାହାରେ । ଏଭଳି ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ସହିତ କହିଛନ୍ତି ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ପ୍ରଦେଶ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ସାହୁ। ଆନ୍ଦୋଳନରେ ଯୋଗ ଦେଇ ବରିଷ୍ଠ ନୌସୈନିକ ଭେଟେରାନ୍ ବିଦ୍ୟାଧର ନାୟକ କହିଛନ୍ତି ଯେ ବାଂଲାଦେଶ ଭଳି ଭାରତରୁ ଧାର୍ମିକ ଆଧାରରେ ବିଚ୍ଛିନ୍ନ ହୋଇଥିବା ରାଷ୍ଟ୍ରରେ ହିନ୍ଦୁମାନଙ୍କ ହତ୍ୟା କରି, ବିତାଡ଼ିତ କରି ୩୫% ରୁ ୫% କୁ ଖସେଇ ଦିଆଗଲାଣି । ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ୨୨% ରୁ ଏବେ ନିଶ୍ଚିହ୍ନ ପ୍ରାୟ । ଏସବୁ ରାଷ୍ଟ୍ରରେ ଆମର ରାଷ୍ଟ୍ରୀୟ ଦୂତାବାସ ରହିଛି ଏବଂ ସେଠାରେ ଆମ ଦେଶରୁ ଉଚ୍ଚ ଦରମାରେ ରାଷ୍ଟ୍ରଦୂତ ନିଯୁକ୍ତ ମଧ୍ୟ । କିନ୍ତୁ ସେଠାରେ ହିନ୍ଦୁମାନଙ୍କ ଗଣହତ୍ୟା ହେଉଥିବା ବେଳେ ଏମାନେ କେବେ ମୁହଁ ଖୋଲି କହି ଥିବାର ଜଣା ନାହିଁ । ବ୍ରିଟିଶ ବ୍ୟବସ୍ଥାର ଶିକ୍ଷା ଓ ନିଯୁକ୍ତି ପ୍ରକ୍ରିୟାରୁ ଆସିଥିବା ଏ ରାଷ୍ଟ୍ରଦୂତମାନେ ସନାତନୀ ହିନ୍ଦୁଙ୍କ ହତ୍ୟା ବେଳେ କୌଣସି କଷ୍ଟ ଅନୁଭବ କରନ୍ତି କି ନାହିଁ କହିବା କଷ୍ଟ । ହିନ୍ଦୁ ଧର୍ମର ନିରୀହ ଲୋକଙ୍କ ଏ ଦୁର୍ଦ୍ଦଶା ପାଇଁ ସେ ଗଭୀର ମର୍ମାହତ ବୋଲି କହିଥିଲେ । ଏଭଳି ସ୍ଥିତିରେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ସେ କହିଛନ୍ତି । ବିଶ୍ୱର ୮୦୦ କୋଟି ଜନସଂଖ୍ୟା ମଧ୍ୟରୁ ୧୨୫ କୋଟିରୁ ଅଧିକ ହିନ୍ଦୁ ଧର୍ମର ଲୋକ ବସବାସ କରୁଥିବା ବେଳେ କେବଳ ଭାରତରେ ୧୦୦ କୋଟିରୁ ଉର୍ଦ୍ଧ୍ବ ହିନ୍ଦୁ ବସବାସ କରନ୍ତି ଏବଂ ଏମାନଙ୍କ ସୁଖଦୁଃଖ ହାନିଲାଭରେ ପାଟି ଖୋଲିବାକୁ କେହି ନଥାନ୍ତି ।ଏଣୁ ବର୍ତ୍ତମାନ ଏହା କୌଣସି ବ୍ୟକ୍ତିଗତ ଇଚ୍ଛା ବା ଆକାଂକ୍ଷାର ପ୍ରଶ୍ନ ନୁହେଁ ବରଂ ଏକ ବୈଶ୍ବିକ ଆବଶ୍ୟକତା କହିଛନ୍ତି ଭାରତ ରକ୍ଷା ମଞ୍ଚର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଇଂ ମନୋଜ ଆଚାର୍ଯ୍ୟ । ସନାତନ ସଂସ୍କୃତିର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଥିବା ପ୍ରତ୍ୟେକ ସଙ୍ଗଠନ ଏ ମହାନ କାର୍ଯ୍ୟରେ ସ୍ୱତଃସ୍ପୁର୍ତ୍ତ ଭାବରେ ଯୋଗ ଦେବାକୁ ସେ ନିବେଦନ କରିଛନ୍ତି । ବିଶ୍ୱର କୋଣ ଅନୁକୋଣରେ ଥିବା ସମସ୍ତ ହିନ୍ଦୁ ଏଥିପାଇଁ ଭାରତ ଆଡ଼କୁ ବ୍ୟାକୁଳତାର ସହ ଚାହିଁ ରହିଛନ୍ତି ଏବଂ ଏହା ଆମ ଉପରେ ନିର୍ଭର କରେ ଯେ ଆମେ ସେମାନଙ୍କ ଏ ବ୍ୟାକୁଳତାକୁ କେତେ ବୁଝି ପାରୁଛେ ଓ ସେମାନଙ୍କ ଆକାଂକ୍ଷାର କେତେ ସମ୍ମାନ କରୁଛେ । ଭାରତ ହିନ୍ଦୁ ରାଷ୍ଟ୍ର ଘୋଷିତ ହେଲେ ସମଗ୍ର ବିଶ୍ବରେ ବସବାସ କରୁଥିବା ହିନ୍ଦୁ ସମୁଦାୟ ନିଜ ନିଜ ପରିବାରର ସୁରକ୍ଷା ନେଇ ଆଶ୍ୱସ୍ତ ହେବେ ବୋଲି ସେ କହିଛନ୍ତି ।

ସଂଗଠନର ଖୋର୍ଦ୍ଧା ଜିଲ୍ଲା ବିସ୍ତାରକ ନିରଞ୍ଜନ ମହାନ୍ତି କହିଛନ୍ତି ଯେ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ରୂପେ ଘୋଷିତ କରିବା ପାଇଁ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ସତତ ଚେଷ୍ଟିତ ଏବଂ ଏଥିରେ ସେ ସମସ୍ତଙ୍କର ସହଭାଗୀତା କାମନା କରିଛନ୍ତି । ଆନ୍ଦୋଳନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇ ଏହି ଆନ୍ଦୋଳନକୁ ପ୍ରତ୍ୟେକ ସନାତନୀଙ୍କ ଘରେ ଘରେ ପହଞ୍ଚାଇବା ପାଇଁ ସଂକଳ୍ପ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକର୍ତ୍ତା ବିନୋଦ କୁମାର ନାୟକ, ସୁବ୍ରତ ରଞ୍ଜନ ସାହୁ, ସରୋଜ କୁମାର ପାଣିଗ୍ରାହୀ, ଦୁର୍ଯ୍ୟୋଧନ ବରାଳ, ବିମ୍ବାଧର ଶ୍ରୀଚନ୍ଦନ, କୈଳାସ ଚନ୍ଦ୍ର ପରିଡ଼ା, ପ୍ରମଥ ଚନ୍ଦ୍ର ନାୟକ, ଗଜେନ୍ଦ୍ର ରଣା, ବିକାଶ ଚନ୍ଦ୍ର ବେହେରା, ଜୟଦେବ ବେହେରା, ଦେବକୀନନ୍ଦନ ଓଝା, ସୁଶାନ୍ତ କୁମାର ମିଶ୍ର, ଜଳନ୍ଧର ପ୍ରଧାନ, କେଦାର ଚନ୍ଦ୍ର ପ୍ରଧାନ, ଦୀନବନ୍ଧୁ ଷଡ଼ଙ୍ଗୀ, ହେମନ୍ତ ମଲ୍ଲିକ, ମଣିଭଦ୍ର ମହାପାତ୍ର , ବିଶିଷ୍ଟ ସମାଜସେବୀ ସିପ୍ରା ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Kandhamal Gram Sabhas Strengthen Community Commitment to End Child Marriage

କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା

October 4, 2026
Kandhamal Gram Sabhas Strengthen Community Commitment to End Child Marriage

Kandhamal Gram Sabhas Strengthen Community Commitment to End Child Marriage

October 4, 2026
ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ ଓ ଗାନ୍ଧୀ ଜୟନ୍ତୀ ପାଳିତ

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ ଓ ଗାନ୍ଧୀ ଜୟନ୍ତୀ ପାଳିତ

October 4, 2026
ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

October 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Kandhamal Gram Sabhas Strengthen Community Commitment to End Child Marriage

କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା

October 4, 2026
Kandhamal Gram Sabhas Strengthen Community Commitment to End Child Marriage

Kandhamal Gram Sabhas Strengthen Community Commitment to End Child Marriage

October 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version