ପରେ ଅନଳ ଗ୍ରାମରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୪ ଗୋଟି କମ୍ୟୁନିଟି ସେଣ୍ଟର ଓ ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ଶୌଚାଳୟ ମଧ୍ୟ ଉଦଘାଟନ କରିଥିଲେ । ଧଳପଡା ସରପଂଚ ଶ୍ରୀନିବାସ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଭୁବନ ଅଂଚଳର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ଘୋଷଣା କରିବା ସହ ନୂତନ ପ୍ରୋଜେକ୍ଟ ଦେବାକୁ କହିଥିଲେ ।
ସମ୍ମାନୀତ ଅତିଥି ଭାବେ ସାଂସଦ ମହେଶ ସାହୁ , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ , ଭୁବନ ବ୍ଲକ ବିଜେଡି ସଭାପତି ତଥା ୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ , ବିଡିଓ କଲ୍ୟାଣ ସୌରଭ ଦାଶ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ମନ୍ତ୍ରୀ ଏବଂ ସାଂସଦ ଙ୍କୁ ଦଳୀୟ କର୍ମୀ ମାନେ ଏକ ବିରାଟ ପଟୁଆରରେ ପାଛୋଟି ନେଇଥିଲେ ।

© 2023 Odisha Taza News.