ଅଂଚଳର ଏହି ବହୁ ପୁରାତନ ଉଚ୍ଚ ବିଦ୍ୟାଳୟ ବିଷୟରେ ପର୍ଯ୍ୟାଲୋଚନା କରିବାସହିତ ଉନ୍ନତୀ ମୂଳକ କାର୍ଯ୍ୟ ବିଷୟରେ ସୁଚନା ପ୍ରଦାନ କରିଥିଲେ l ଶ୍ରୀ ପଟ୍ଟନାୟକ ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ ଗୋଦାବରିଶ ମିଶ୍ର ଙ୍କର ଅବଦାନର ସ୍ମୃତିଚାରଣ କରିଥିବା ବେଳେ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଥିବା ଉତ୍ତମ ଭାବ ବିନିମୟ ର ଚର୍ଚ୍ଚା କରି ଥିଲେ। ବିଦ୍ୟାଳୟର ପରିବେଶକୁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଅବଦାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରବର୍ତ୍ତାଇ ଥିଲେ।
ମହାମହିମ ରାଜ୍ୟପାଳ ଶିକ୍ଷାନୁଷ୍ଠାନରେ ପଢିବାର ଅନୁଭୂତି ଓ ଭଲ ମଣିଷ ଗଢିବାର ସଂସ୍କାର ଉପରେ ଗୁରୁତ୍ୱାରୋପ କରି ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶୂନ୍ୟ ରୁ ବ୍ରହ୍ମ ଆଲୋଚନା କରିଥିଲେ। ରାଜ୍ୟପାଳଙ୍କ ଜଗନ୍ନାଥ ଙ୍କୁ ନେଇ ପ୍ରଶ୍ନର ଉତ୍ତରରେ ହିମାଂଶୁ ନାମକ ଜଣେ ଛାତ୍ରଙ୍କୁ ଏକ ଲକ୍ଷ ଟଙ୍କାରେ ପୁରସ୍କୃତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଓ ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମହୋତ୍ସବର ସଫଳ ସଂପାଦନ କରିଥିଲେ। ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ତ୍ଵାବଧାନରେ ବାଣପୁର ଓ ନାଚୁଣୀ ପୋଲିସ୍ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ମନୋରଂନ ପାଇଁ ପତିତପାବନ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ର ସାଂସ୍କୃତିକ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା ।

© 2023 Odisha Taza News.